ହବିବୁରକୁ ଜେରା ପାଇଁ ଦିଲ୍ଳୀ ଯିବେ ହିମାଂଶୁ ଲାଲ

ହବିବୁରକୁ ଜେରା ପାଇଁ ଦିଲ୍ଳୀ ଯିବେ ହିମାଂଶୁ ଲାଲ

ଭୁବନେଶ୍ୱର/କଟକ : ଲସ୍କର ସହଯୋଗୀ ହବିବୁର ରହେମାନକୁ ଜେରା କରିବାକୁ ଦିଲ୍ଲୀ ଯିବ କ୍ରାଇମ୍‌ବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ (ଏସ୍‌ଟିଏଫ)। ଏସ୍‌ଟିଏଫ୍‌ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଖୁବ୍‌ଶୀଘ୍ର ଦିଲ୍ଲୀ ଯିବ। ହିବୁବୁରର ଓଡ଼ିଶା ଲିଙ୍କ୍‌ ନେଇ ଖୋଳତାଡ଼ ହେବ। ଆଜି ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି। କହିଛନ୍ତି ଯେ ହବିବୁର ଓଡ଼ିଶାରେ କୌଣସି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା କିମ୍ବା ନାହିଁ, ଯଦି ଆଶ୍ରୟ ଦେଇଥିଲା, କେଉଁଠାରେ? କେହି ହବିବୁରକୁ ଆର୍ଥିକ ସହଯୋଗ ଯୋଗାଇ ଦେଉଥିଲା କି ଏଭଳି କେତେକ ପ୍ରଶ୍ନ ନେଇ ଜେରା କରାଯିବ। ଯଦି କୌଣସି ତଥ୍ୟ ମିଳିବ, ଏସ୍‌ଟିଏଫ ସେ ଦିଗରେ ଅନୁସନ୍ଧାନ କରିବ। ତେବେ ଏଯାଏଁ ହବିବୁର୍‌ର କୌଣସି ଓଡ଼ିଶା ଲିଙ୍କ୍‌ ନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଉଭୟ ଏସ୍‌ଟିଏଫ୍‌ ଏବଂ କଟକ କମିସନରେଟ୍‌ ପୁଲିସ ତାକୁ ପୃଥକ ଭାବେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛନ୍ତିି। ଆତଙ୍କବାଦୀ ନଇମ୍‌କୁ କଟକରେ କୌଣସି ବ୍ୟକ୍ତି ଆଶ୍ରୟ ଦେଇଥିଲେ ତାଙ୍କ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ହବିବୁର୍‌ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଶେଖ ଅବ୍‌ଦୁଲ ନଇମ୍‌ ଓରଫ ନୋମିର ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe