ରିଆଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ତଦନ୍ତ ପାଇଁ ଏନ୍‌ସିବିକୁ ସଂପୂର୍ଣ୍ଣ ସହଯୋଗ କରିବ ଓଡ଼ିଶା ପୁଲିସ: ଡିଜିପି ଅଭୟ

Advertisment
ରିଆଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ତଦନ୍ତ ପାଇଁ ଏନ୍‌ସିବିକୁ ସଂପୂର୍ଣ୍ଣ ସହଯୋଗ କରିବ ଓଡ଼ିଶା ପୁଲିସ: ଡିଜିପି ଅଭୟ

କଟକ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏକ ପ୍ରେସମିଟ୍‌ରେ ପ୍ରତିକ୍ରିୟା ରଖିଛନ୍ତି। ଡ଼ିଜିଙ୍କ କହିବା ଅନୁଯାୟୀ ରିଆଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାକୁ ନାରକୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ତଦନ୍ତ ଦାୟିତ୍ୱ ନେଇଛନ୍ତି। ଭୁବନେଶ୍ୱର ଲିଙ୍କ ଥିବା ଜଣାପଡ଼ିବା ପରେ ଏପର୍ଯ୍ୟନ୍ତ ଓଡ଼ିଶା ପୁଲିସ ସହ ଏନ୍‌ସିବି କୌଣସି ଯୋଗାଯୋଗ କରିନାହିଁ। ହେଲେ ଆଗାମୀ ଦିନରେ ଯଦି ଏନ୍‌ସିବି ଓଡ଼ିଶା ପୁଲିସର ସହଯୋଗ ଚାହିଁବ ତେବେ ଓଡ଼ିଶା ପୁଲିସ ଏହି ଘଟଣାରେ ସମୂର୍ଣ୍ଣ ଭାବେ ସହଯୋଗ କରିବ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ନେବାପରେ ପ୍ରେମିକା ରିଆଙ୍କ ସମସ୍ତ ଗୁମର ଫିଟିବାରେ ଲାଗିଛି। ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ରିଆଙ୍କ ଗୋଟେ ପରେ ଗୋଟେ ସତ ଏବେ ସାମ୍ନାକୁ ଆସୁଛି। ରିଆଙ୍କ ହ୍ଵାଟ୍‌ସଆପ୍‌ ଚ୍ୟାଟରେ ସେ ତାଙ୍କ ବନ୍ଧୁଙ୍କ ସହ ଭୁବନେଶ୍ୱରରେ ଡ଼୍ରଗ୍‌ସ ମିଳୁଥିବା କଥା କହିଥିବାବେଳେ ଭୁବନେଶ୍ୱର ସମସ୍ତ ପ୍ରକାର ନିଶା ଦ୍ରବ୍ୟର ପେଣ୍ଠସ୍ଥଳୀ ବୋଲି ମଧ୍ୟ ଏହି ଚ୍ୟାଟରେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ କହିଛନ୍ତି, ଏହି ହ୍ଵାଟ୍‌ସଆପ୍‌ କଥାବାର୍ତ୍ତା ଏବେ ସାମ୍ନାକୁ ଆସିଥିବାବେଳେ ଏହି ଘଟଣାର ତଦନ୍ତର ଦାୟିତ୍ୱ ଏବେ ଏନ୍‌ସିବି ନେଇଛନ୍ତି ଏବଂ ଭୁବନେଶ୍ୱର ଡ଼୍ରଗ୍‌ସ ଲିଙ୍କ ଥିବା ଘଟଣା ସାମ୍ନାକୁ ଆସିିଥିବାବେଳେ ଉକ୍ତ ଘଟଣାରେ ଓଡ଼ିଶା ପୁଲିସ ସମସ୍ତ ସାହାଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe