ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ

Advertisment
ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର : ଶିକ୍ଷକ ସମାଜ ଏବଂ ଶିକ୍ଷା ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ)। ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ନ୍ୟାଯ୍ୟ ଦାବି ହାସଲ ଲାଗି ଗତ ନଭେମ୍ବର ୮ରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମାତ୍ର ରାଜ୍ୟ ସରକାର ଚଞ୍ଚକତା କରି ଆନ୍ଦୋଳନକୁ ଭାଙ୍ଗି ଦେଇଥିଲେ। ଏକ ଉଚ୍ଚସ୍ତରୀୟ କମିଟିରେ ଆଲୋଚନା କରି ଦାବି ପୂରଣ ନେଇ ନଭେମ୍ବର ୩୦ ସୁଦ୍ଧା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାର ଦାବି ପୂରଣ ନ କଲେ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସଭାପତି ଶ୍ରୀ ମହାରଣାଙ୍କ ସମେତ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ଉପସଭାପତି ମାଳବିକା ଦାସ, ମହାସଚିବ ସୁଶାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଯୁଗ୍ମ ସାଧାରଣ ସମ୍ପାଦକ ପ୍ରବୀଣ ଦାସ ପ୍ରମୁଖ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe