କୋଭିଡ ଚିକିତ୍ସାଧୀନ ରୋଗୀ: ରାଜ୍ୟ ତାଲିକାରେ ଓଡ଼ିଶା ୧୧ ନଂ

ଆଜି ବି ହଜାରେ ଉପରେ ରାଜ୍ୟରେ ଦୈନିକ ସଂକ୍ରମଣ, ୧୨୨ ଜଣ ୧୮ ବର୍ଷରୁ କମ୍ ବୟସର

YouTube

ଭୁବନେଶ୍ବର : ରାଜ୍ୟରେ କୋଭିଡ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ଶହ ତଳେ ରହିଛି। କିଛି ଜିଲ୍ଲା କୋଭିଡ ମୁକ୍ତ ହୋଇ ସାରିଲେଣି। ମାତ୍ର ଦେଶରେ ବିଭିନ୍ନ ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୧୧ ନଂ ସ୍ଥାନରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗଜପତିରୁ ସର୍ବାଧିକ ୮ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୩୨୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ୮ଦିନ ପରେ ଜଣେ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ସୂଚନା ଦିଆଯାଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୧୧୭କୁ ବୃଦ୍ଧି ପାଇଛି। ଆଜି ଆଉ ୭୩ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦୩କୁ ଖସି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe