ଗଞ୍ଜେଇ ଚାଷକୁ ନାଁ : ଔଷଧ ପ୍ରସ୍ତୁତି ଲାଗି ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦେଲେନି ସରକାର

Advertisment
ଗଞ୍ଜାମ ଏମ୍‌ଡିଏସ୍‌ ଟିମ୍‌ର ଧରପଗଡ଼, ୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ambadenglish.com

ଭୁବନେଶ୍ବର: ଗଞ୍ଜେଇ ଚାଷକୁ ପୂର୍ବ ପରି ବେଆଇନ ବୋଲି ଗ୍ରହଣ କରାଯିବ । ଔଷଧ ପାଇଁ ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ କରିବାକୁ ମନା କରିଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ଲୋକସେବା ଭବନରେ ଅବକାରୀ ବିଭାଗ ସଚିବ ସୁଶଲ ଲୋହାନୀ ଏହି  ସୂଚନା ଦେଇଛନ୍ତି।

ଲୋହାନୀ ଗଣମାଧ୍ୟମକୁ ନିଜର ମତ ଦେଇ କହିଛନ୍ତି ଯେ ‘ଔଷଧ ପ୍ରସ୍ତୁତ କରିବା କଥା କହି ଗଞ୍ଜେଇ ଚାଷ ପାଇଁ ଅନେକ ଶିଳ୍ପ ପ୍ରତିଷ୍ଠାନ ଅନୁମତି ଚାହୁଁଛନ୍ତି। ମାତ୍ର ଆଇନ୍‌ ସେ ସମସ୍ତଙ୍କ ପ୍ରସ୍ତାବକୁ ଖାରଜ କରିଛି।’

ଗଞ୍ଜେଇ ଚାଷକୁ ନେଇ ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ଲୋହାନୀ ନିଜର ମତ ରଖି କହିଛନ୍ତି, ‘ଔଷଧ ତିଆରି କରିବା ପାଇଁ ପୂର୍ବରୁ ଅନେକ ଶିଳ୍ପ ପ୍ରତିଷ୍ଠାନ ରାଜ୍ୟରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି। ଏହାକୁ ଅନୁମତି ଦେବା ପାଇଁ ଆମେ ଆଇନ ବିଭାଗର ସହାୟତା ନେଇଥାଉ। ମାତ୍ର ବର୍ତ୍ତମାନର ଆଇନ ପ୍ରାବଧାନ ଅନୁଯାୟୀ ଗଞ୍ଜେଇ ଚାଷ ପାଇଁ ଅନୁୁମତି ଦେଉ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe