‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ମାମଲା: ସରକାରଙ୍କୁ ଝଟ୍‌କା, ରୋକ୍‌ ଲଗାଇଲେ ହାଇକୋର୍ଟ

୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

କନଷ୍ଟେବଳ ପଦରେ ଗୃହରକ୍ଷୀଙ୍କ ନିଯୁକ୍ତି ପ୍ରସଂଗ: କଟ୍-ଅଫ୍ ମାର୍କ ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ : ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀ ପ୍ରସ୍ତୁତି ଓ ତତ୍‌କାଳ ତାହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ ଝଟ୍‌କା ଲାଗିଛି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ବିରୋଧରେ ଦାୟର ମାମଲା‌ରେ ହାଇକୋର୍ଟ ଶୁଣାଣି କରି ସଂଶୋଧିତ ନିୟମାବଳୀ ଉପରେ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଥିସହିତ ମାମଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ନିର୍ଦ୍ଦେଶକ, ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି, ସଚିବ ପ୍ରମୁଖଙ୍କୁ ହାଇକୋର୍ଟ ନୋଟିସ ଜାରି କରି ୪ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏକାଡେମିର କାର୍ଯ୍ୟକାରୀ ପରିଷଦ ସଦସ୍ୟ ତଥା ଏକାଡେମି ପୁରସ୍କାର ନିୟମାବଳୀ ପରିବର୍ତ୍ତନ ଓ ସ˚ଶୋଧନ କମିଟିର ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶା ସାହିତ୍ୟ ଏକାଡେମି ନିଜର ସ୍ବତନ୍ତ୍ର ସମ୍ବିଧାନ ଆଧାରରେ ଏହାର ସମସ୍ତ ପ୍ରଶାସନିକ ଓ ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମ ସ˚ଚାଳିତ ହୋଇଥାଏ। ଏକାଡେମିର ସମସ୍ତ ପୁରସ୍କାର ପାଇଁ ନିୟମାବଳୀ ପ୍ରଣୟନ ଓ ସ˚ଶୋଧନ ପାଇଁ ଏହାର କର୍ତ୍ତୃପକ୍ଷ ଭାବେ କାର୍ଯ୍ୟକାରୀ ପରିଷଦ, ସାଧାରଣ ପରିଷଦ ଓ ଅର୍ଥ ସମିତି ପ୍ରାଧିକୃତ ଓ ଉତ୍ତରଦାୟୀ। ଏକାଡେମିର ଉପରୋକ୍ତ ଦୁଇ ପରିଷଦ ଓ ସମିତିକୁ ବିଭିନ୍ନ ନିୟମାବଳୀ ପ୍ରସ୍ତୁତି ଓ ସେଗୁଡ଼ିକର ସ˚ଶୋଧନ ପାଇଁ ଅଧିକାର ଦିଆଯାଇଛି। ୨୦୨୧ ଜାନୁଆରି ୨୭ ତାରିଖରେ କାର୍ଯ୍ୟକାରୀ ପରିଷଦ ବୈଠକରେ ସରକାର ବିଭିନ୍ନ ପୁରସ୍କାର ରାଶି ପରିମାଣରେ ବୃଦ୍ଧି କରଥିବାରୁ ସମସ୍ତ ପୁରସ୍କାର ନିୟମାବଳୀର ପରିବର୍ତ୍ତନ ଓ ସ˚ଶୋଧନ ପାଇଁ ଏକ ସବ୍‌ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହିଭଳି ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ନିୟମାବଳୀ ଓ ‘ସାରସ୍ବତ ସାଧକ ସମ୍ବର୍ଦ୍ଧନା ନିୟମାବଳୀରେ ପରିବର୍ତ୍ତନ କରାଯିବାକୁ ଏକ ପ୍ରସ୍ତାବ ଆବେଦନକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଥିଲା ଓ ପରବର୍ତ୍ତୀ କାର୍ଯ୍ୟକାରୀ ପରିଷଦରେ ଉପସ୍ଥାପନ କରାଯାଇଥିଲା। ତେବେ ଏହାକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ଏକାଡେମିର ସଚିବ ଗତ ଏପ୍ରିଲ ମାସରେ ହୋଇଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ସୂଚନା ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନିୟମାବଳୀର ପରିବର୍ତ୍ତନ ଓ ସ˚ଶୋଧନ କ୍ଷେତ୍ରରେ ବ୍ୟତିକ୍ରମ ଘଟାଇ ନିୟମାବଳୀ ପ୍ରସ୍ତୁତ କରିବା ସହିତ ତାହାର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନ୍‌ଜୀବୀ ରମାକାନ୍ତ ଷଡ଼ଙ୍ଗୀ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe