ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର କରିବେ ଓଡ଼ିଶା ସରକାର

Advertisment
ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଆସାମର ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ସମ୍ବଲପୁରସ୍ଥିତ ବାସଗୃହର ପୁନରୁଦ୍ଧାର କରାଯିବ। ଏହାକୁ ଏକ ସ୍ମୃତି ପୀଠରେ ପରିଣତ କରାଯିବ। ଓଡ଼ିଶା ସରକାର ଏହି କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ଆଜି ପୂର୍ବାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଆସାମର ସଂସ୍କୃତି ମନ୍ତ୍ରୀ ନବକୁମାର ଡୋଲି ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ହୃଷିକେଶ ଗୋସ୍ୱାମୀ ଭେଟିଥିଲେ। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ବେଜବରୁଆଙ୍କ ବାସଭବନର ସୁରକ୍ଷା ଓ ପୁନରୁଦ୍ଧାର ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱର୍ଗତ ବେଜବରୁଆଙ୍କ ପାଇଁ ଓଡ଼ିଶାବାସୀ ମଧ୍ୟ ଗୌରବ ଅନୁଭବ କରନ୍ତି। ତାଙ୍କ ସ୍ମୃତି ପ୍ରତି ସମ୍ମାନ ଓ ଆସାମର ଜନସାଧାରଣ ପ୍ରତି ସଦ୍ଦିଚ୍ଛାର ନିଦର୍ଶନ ସ୍ୱରୂପ ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର ଓ ସଂରକ୍ଷଣ ଦାୟିତ୍ୱ ଓଡ଼ିଶା ସରକାର ବହନ କରିବେ। ଏହାଦ୍ୱାରା ଉଭୟ ରାଜ୍ୟ ମଧ୍ୟରେ ଥିବା ସାଂସ୍କୃତିକ ବନ୍ଧନ ଆହୁରି ମଜବୁତ୍‌ ହେବ।

ବୈଠକ ପରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଥିଲେ, ବେଜବରୁଆଙ୍କ ବାସଗୃହ ପୁନରୁଦ୍ଧାର କାର୍ଯ୍ୟ ଆନ୍ତର୍ଜାତିକ ସଂସ୍କୃତି ଓ ଐତିହ୍ୟ ଅନୁଷ୍ଠାନ ‘ଇଣ୍ଟାକ୍‌’ ଦ୍ୱାରା କରାଯିବ। ପ୍ରଥମ ପର୍ଯ୍ୟାୟରେ ପର୍ଯ୍ୟଟନ ବିଭାଗ ଏଥିପାଇଁ ୫୦ ଲକ୍ଷ ଟଙ୍କା ଦେବ। ପରବର୍ତ୍ତୀ ସମୟରେ ଯାହା ଖର୍ଚ୍ଚ ହେବ, ତାହା ମଧ୍ୟ ପର୍ଯ୍ୟଟନ ବିଭାଗ ବହନ କରିବ।

ଆସାମ ସଂସ୍କୃତି ମନ୍ତ୍ରୀ ଶ୍ରୀ ଡୋଲି କହିଥିଲେ, ବେଜବରୁଆଙ୍କ ସ୍ମୃତିପୀଠର ସଂରକ୍ଷଣ ନେଇ ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଆଜି ଏଠାରେ ଆଲୋଚନା ଖୁବ୍‌ ସନ୍ତୋଷଜନକ ହୋଇଛି। ଓଡ଼ିଶା ସରକାର ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇଛନ୍ତି। ଓଡ଼ିଶାର ଜନସାଧାରଣ ଓ ଗଣମାଧ୍ୟମ ମଧ୍ୟ ସକରାତ୍ମକ ମନୋଭାବ ନେଇ ସହଯୋଗ ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe