ଓଡ଼ିଶା ଏସ.ସି/ ଏସ.ଟି ଆର୍ଥିକ ଉନ୍ନୟନ ନିଗମର ବରିଷ୍ଠ ଅଧିକାରୀ ଜଗନ୍ନାଥ ପାତ୍ରଙ୍କ ବିୟୋଗରେ ଶୋକସଭା

Advertisment
ଓଡ଼ିଶା ଏସ.ସି/ ଏସ.ଟି ଆର୍ଥିକ ଉନ୍ନୟନ ନିଗମର ବରିଷ୍ଠ ଅଧିକାରୀ ଜଗନ୍ନାଥ ପାତ୍ରଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ବର: ଓଡ଼ିଶା ଏସ.ସି/ଏସ.ଟି ଆର୍ଥିକ ଉନ୍ନୟନ ନିଗମ ଭୁବନେଶ୍ବରର ପୂର୍ବତନ ସହକାରୀ ଜେନେରାଲ ମ୍ୟାନେଜର ସ୍ବର୍ଗତ ଜଗନ୍ନାଥ ପାତ୍ର (୫୯)ଙ୍କର ଅକାଳ ବିୟୋଗରେ ଭୁବନେଶ୍ବର ପ୍ରାଚୀ ବିହାରସ୍ଥିତ ବାସଭବନରେ ଗତ ୩୦ତାରଖ ଦିନ କାର୍ଯ୍ୟାଳୟର ସହକର୍ମୀ, ସ୍ଥାନୀୟ ବାସିନ୍ଦା ତଥା ପରିବାର ସଦସ୍ୟଙ୍କ ଦ୍ବାରା ଏକାଦଶାହ ଉପଲକ୍ଷେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା। ବିଭିନ୍ନ ବ୍ୟକ୍ତି ବିଶେଷ ସ୍ବର୍ଗତ ପାତ୍ରଙ୍କର ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସ୍ବର୍ଗତ ଜଗନ୍ନାଥ ପାତ୍ର ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ କରୋନା ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇ ୧/୫/୨୧ ତାରିଖଠାରୁ ଭୁବନେଶ୍ବରସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ୨୦/୫/୨୦୨୧ ସକାଳ ପ୍ରାୟ ୭ଘଣ୍ଟା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅ ଉପସ୍ଥିତ ଥିଲେ। ତାଙ୍କ ଅନ୍ତିମ ସଂସ୍କାର ପରିବାରଲୋକଙ୍କ ଉପସ୍ଥିତିରେ ସତ୍ୟନଗରସ୍ଥିତ ଶ୍ମଶାନରେ କରାଯାଇଥିଲା। ସେ ଜଣେ ଦକ୍ଷ ତଥା ନିଷ୍ଠାପର କର୍ମଚାରୀ ଭାବେ ସାଧାରଣ ଲୋକଙ୍କର ଆସ୍ଥାଭଜନ ହୋଇପାରିଥିଲେ। ସାଧାରଣ ଜୀବନରେ ଜଣେ ସରଳ, ମିଷ୍ଟଭାଷୀ ଓ ଅମାୟିକ ବ୍ୟକ୍ତି ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥି‌ଲେ।
ତାଙ୍କ ଅକାଳ ବିୟୋଗରେ ଜନ୍ମସ୍ଥାନ ଆନନ୍ଦପୁର ଓ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ତାଙ୍କ ଉତ୍ସର୍ଗୀକୃତ ସେବା ଏବଂ କରୋନାଜନିତ ଅକାଳ ବିୟୋଗରେ ସହକର୍ମୀମାନେ ମର୍ମାହତ ହୋଇ ଶୋକ ସନ୍ତପ୍ତ ପରିବାକୁ ସମବେଦନା ଜଣାଇବା ସହ କାର୍ଯ୍ୟକାଳ ସମୟରେ ତାଙ୍କର ଦେହାନ୍ତ ହୋଇଥିବାରୁ ତାଙ୍କ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରକୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe