ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌: ଓଡ଼ିଶାକୁ ରୌପ୍ୟ ପଦକ

ଜମ୍ମୁ କଶ୍ମୀରରେ ଆୟୋଜିତ ୩୫ତମ ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ସହ ରୌପ୍ୟ ପଦକ ହାସଲ କରିଛୁ । ଗୁରୁବାର ଫାଇନାଲ୍‌ରେ ଓଡ଼ିଶା ୧୫ ରନ୍‌ରେ ଉତ୍ତରପ୍ରଦେଶଠୁ ହାରିଯାଇଛି।

63452408-1ad9-43f0-aba5-d5ec7860af0e

ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ଆୟୋଜିତ ୩୫ତମ ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ସହ ରୌପ୍ୟ ପଦକ ହାସଲ କରିଛୁ । ଗୁରୁବାର ଫାଇନାଲ୍‌ରେ ଓଡ଼ିଶା ୧୫ ରନ୍‌ରେ ଉତ୍ତରପ୍ରଦେଶଠୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରପ୍ରଦେଶ ନିର୍ଦ୍ଧାରିତ ୮ ଓଭରରେ ୬୪ ରନ୍‌ କରିଥିଲା। ଜବାବରେ ଓଡ଼ିଶା ୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପୂର୍ବରୁ ଓଡ଼ିଶା କ୍ବାର୍ଟରଫାଇନାଲ୍‌ରେ ଗୋଆକୁ ଏବଂ ସେମିଫାଇନାଲ୍‌ରେ ଆୟୋଜକ ଜମ୍ମୁ କଶ୍ମୀରକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା। 

ଏହି ସଫଳତା ଲାଗି ଦଳର ସମସ୍ତ ଖେଳାଳି କୋଚ ପ୍ରକାଶ ସାହୁ ଓ  ମ୍ୟାନେଜର ସୋମନାଥ ପରିଡାଙ୍କୁ ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ସିଥିଲ କୁମାର ପଣ୍ଡା, ଭୁବନେଶ୍ୱର ସମ୍ପାଦକ ପଙ୍କଜ କୁମାର ଦାସ, ଗଞ୍ଜାମ ସମ୍ପାଦକ ସଥୟ ବିଶୋଇ ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe