ଓଡ଼ିଶାରେ ଜୀବନବୀମା ଜୋନାଲ୍‌ ଅଫିସ ଖୋଲିବାକୁ ପ୍ରସ୍ତାବ

ଓଡ଼ିଶାରେ ଜୀବନବୀମା ଜୋନାଲ୍‌ ଅଫିସ ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ଭାରତୀୟ ଜୀବନବୀମା ନିଗମ(ଏଲ୍‌ଆଇସି)ର ୧୦ ଲକ୍ଷରୁ ଅଧିକ ପଲିସିଧାରୀ ଅଛନ୍ତି। ସେମାନଙ୍କ ପାଇଁ ଓଡ଼ିଶାରେ ଏଲ୍‌ଆଇସିର ଏକ ଜୋନାଲ୍‌ ଅଫିସ ଖୋଲାଯିବାର ଆବଶ୍ୟକତା ଥିବା ଦର୍ଶାଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ପ୍ରସ୍ତାବ ଦେଇଛନ୍ତିି।

ଆଜି ଏ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତିି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୦୬ରେ କଲ୍‌କାତାର ଜୋନାଲ୍‌ ଅଫିସର ପୃଥକୀକରଣ ପରେ ନୂତନ ଭାବେ ପାଟଣାରେ ପୂର୍ବ କେନ୍ଦ୍ରୀୟ ଜୋନାଲ୍‌ ଅଫିସ ଖୋଲାଯାଇଛି। ସେହି କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା ବ୍ୟାପାର ପରିଚାଳିତ ହେଉଛି। ଏ ନେଇ ଓଡ଼ିଶାର ପଲିସିଧାରୀମାନଙ୍କ ପାଇଁ ଗୁରୁତର ସମସ୍ୟା ଉପୁଜୁଛି। ଏଣୁ, ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି କାର୍ଯ୍ୟକ୍ରମକୁ ସୁଦୃଢ଼ୀକରଣ ପାଇଁ ଓଡ଼ିଶାରେ ଏଲ୍‌ଆଇସିର ଜୋନାଲ୍‌ ଅଫିସର ଖୋଲିବାକୁ ସେ ଅନୁରୋଧ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe