ନୂଆ ପୁଲିସ୍ ଡିଜି ନିଯୁକ୍ତି ଲାଗି ୧୪ ଅଧିକାରୀଙ୍କ ନାମ ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର, ଜାଣନ୍ତୁ ଦୌଡ଼ରେ କିଏ ?

ନୂଆ ପୁଲିସ୍ ଡିଜି ନିଯୁକ୍ତି ଲାଗି ୧୪ ଅଧିକାରୀଙ୍କ ନାମ ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର, ଜାଣନ୍ତୁ ଦୌଡ଼ରେ କିଏ ?

ଭୁବନେଶ୍ୱର: ନୂତନ ପୁଲିସ ମହାନିର୍ଦେଶକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରି ଓଡ଼ିଶା ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ଜଣ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀଙ୍କ ନାମ ତାଲିକା ପଠାଇଛନ୍ତି। ସାଧାରରଣ ପ୍ରଶାସନ ବିଭାଗ ପଠାଇଥିବା ଉକ୍ତ ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୂଡ଼ାନ୍ତ ଚୟନ ଲାଗି  ‘ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’କୁ (ୟୁପିଏସ୍‌ସି) ପଠାଇବ ବୋଲି ଜଣାପଡ଼ିଛି।

ନଭେମ୍ବର ଶେଷ କିଂବା ଡିସେମ୍ବର ପ୍ରଥମ ସପ୍ତାହରେ ‘ୟୁପିଏସ୍‌ସି’ ଏ ସଂକ୍ରାନ୍ତରେ ବୈଠକ କରିବ ବୋଲି ବିଶେଷସୂତ୍ରରୁ ପ୍ରକାଶ।

୨୦୧୯ ନଭେମ୍ବରରେ ‘ଡିଜିପି’ ଭାବେ ନିଯୁକ୍ତି ପାଇଥିବା ୧୯୮୬ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ଅଭୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୩୧ରେ ଶେଷ ହେବ।

publive-image Image Courtesy of The New Indian Express

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଅକ୍ଟୋବର ୨୫ ତାରିଖ ଦିନ ସାଧାରଣ ପ୍ରଶାସନ ବିଭାଗ ଉପରୋକ୍ତ ତାଲିକା ପଠାଇଛି। ଏହି ତାଲିକାରେ ୧୯୮୬ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ପ୍ରଦୀପ କପୁର ଏବଂ ବି. କେ. ଶର୍ମା, ୧୯୮୭ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ସୁନୀଲ କୁମାର ବଂଶଲ୍‌, ୧୯୮୮ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ଏମ୍‌. କେ. ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା ଏବଂ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏମ୍‌. ଏ. ପ୍ରସାଦ, ବି. ରାଧିକା ଏବଂ ଏସ୍‌. ଏମ୍‌. ନରଓ୍ଵଣେଙ୍କ ନାମ ରହିଛି।

ଏହା ବ୍ୟତିରେକେ, ୧୯୯୦ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ଓ୍ଵାଇ. ବି. ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଏବଂ ଅରୁଣ କୁମାର ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଉକ୍ତ ତାଲିକାରେ ରହିଛି।

ଚଳିତ ବର୍ଷ ନଭେମ୍ବରରେ ଚାକିରି ଶେଷ ହେଉଥିବାରୁ ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ବିଭାଗର ମହାନିର୍ଦେଶକ ଏମ୍‌. ଅକ୍ଷୟଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe