ଭୁବନେଶ୍ବର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଇଣ୍ଡିଆ ଇମ୍ପାକ୍ଟ ଏଆଇ ସମିଟ୍ର ହଲ୍ ସଂଖ୍ୟା.୫ରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପାଭିଲିୟନ ସ୍ଥାପନ କରାଯାଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପାଭିଲିୟନ ପରିଦର୍ଶନ କରି ଏଆଇ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ଓଡ଼ିଶା ପାଭିଲିୟନରେ ସ୍ଥାପନ କରାଯାଇଥିବା କୋଣାର୍କ ଚକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହା ପ୍ରାଚୀନ ଇଞ୍ଜିନିୟରିଂରେ ଓଡ଼ିଶାର ଉତ୍କର୍ଷ ଓ ତା ସହିତ ଆଧୁନିକ ଯୁଗର ଡାଟା ଆନାଲିଟିକ୍ସ, ମେସିନ ଲର୍ଣ୍ଣିଂ ଆଦିର ସମନ୍ବୟକୁ ଏହା ପ୍ରତିଫଳିତ କରୁଛି। ଆଦିବାସୀ ଚିତ୍ରକଳାଠାରୁ ଆରମ୍ଭ କରି ଓଡ଼ିଆ ସଂସ୍କୃତିର ଝଲକ ସେଥିରେ ଦେଖିବାକୁ ମିଳୁଛି। ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଅନେକ ଏଆଇ ସମାଧାନକୁ ପାଭିଲିୟନରେ ପ୍ରଦର୍ଶିତ କରାଯାଇଛି। ସେବା ମାନରେ ଉନ୍ନତି ଆଣିବା, ଶାସନ ବ୍ୟବସ୍ଥାର ଦକ୍ଷତା ବଢ଼ାଇବା ଓ ନାଗରିକଙ୍କୁ ସେଥିରେ ସାମିଲ କରିବାରେ ଏହି ସମାଧାନଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।
ଆହୁରି ପଢ଼ନ୍ତୁ: Hockey: ସ୍ଥାନ ବଜାୟ ରଖିଲେ ଅମନଦୀପ, ଅମିତ, ଶିଳାନନ୍ଦ
ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସୂଚନା ଅନୁସାରେ ଶାସନ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ସହରାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବାସ୍ତବ ଏଆଇ ସମାଧାନଗୁଡ଼ିକୁ ପାଭିଲିୟନରେ ପ୍ରଦର୍ଶିତ କରାଯାଇଛି। ୧୦ରୁ ଅଧିକ ଅଭିନବ ଷ୍ଟାର୍ଟଅପ୍ ଏଥିରେ ଭାଗ ନେଇଛନ୍ତି। ଆସନ୍ତାକାଲି ପାଭିଲିୟନରେ ଭାଗ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/17/untitled-31jpg-2026-02-17-19-44-35.jpeg)