ଓଡ଼ିଶା ରାଜ୍ୟ ବାର ପରିଷଦର କଡ଼ା ନିର୍ଦ୍ଦେଶ: ଲାଭ ଜନକ ପଦବୀରେ ଥିବା ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହେବ

ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି ଲାଭ ଜନକ ପବଦୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ....

Odisha State Bar Council issues strict instructions: Licenses of members holding positions of profit will be cancelled

Odisha State Bar Council issues strict instructions: Licenses of members holding positions of profit will be cancelled Photograph: (sambad.in)

କଟକ: ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି, ଲାଭ ଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ।

ପରିଷଦ ନିଷ୍ପତ୍ତି ଅନୁସାରେ ପରିଷଦର ସଦସ୍ୟଥିବା ଯେଉଁ ଆଇନଜୀବୀମାନେ ଲାଭ ଜନକ ପଦବୀ ଅବା  ଅନ୍ୟାନ୍ୟ କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସେମାନଙ୍କୁ ଏକ ମାସ ମଧ୍ୟରେ ଅର୍ଥାତ୍ ୧ ଅଗଷ୍ଟ ବିଜ୍ଞପ୍ତି ପ୍ରକାଶ ତାରିଖଠାରୁ ସେପ୍ଟେମ୍ବ ମଧ୍ୟରେ ସେମାନଙ୍କର ଲାଇସେନ୍ସ ସରିଣ୍ଡର କରିବାକୁ ପଡିବ।

ନଚେତ୍ ଏହାକୁ ସେମାନଙ୍କର ପେଶା ପ୍ରତି ବୃତ୍ତିଗତ ଅସଦାଚରଣ ଭାବରେ ବିବେଚନା କରାଯିବ। 

ପରିଷଦ ପକ୍ଷରୁ କୁହାଯାଇଛି ଆଇନ ପେଶାରେ ଯୋଗଦେବା ଲାଗି ଲାଇସେନ୍ସ ନେଇଥିବା ଅ‌ନେକ ଆଇନଜୀବୀ ବିଭିନ୍ନ କମ୍ପାନି, ବ୍ୟବସାୟ ଠିକା କାମ, ସରକାରୀ ଚାକିରୀ ଓ ଅନ୍ୟାନ୍ୟ ପେଶାରେ ଥାଇ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବାର ଅଭିଯୋଗ ପରିଷଦ ପାଖରେ ପହଞ୍ଚୁଛି।

YYYY_page-0002

YYYY_page-0001

ଏହାକୁ ରୋକିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଏନେଇ ସମସ୍ତ ବାର ଆସୋସିଏସନକୁ ନିର୍ଦ୍ଦେଶ ଜାରି କରିଛି। ଆଡଭୋକେଟ ଆଇନ ୧୯୬୧ର ନିୟମ ଅନୁଯାୟୀ ଆଇନଜୀବୀ ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଅନ୍ୟ ପେଶାରେ କାର୍ଯ୍ୟ କରିବା ପେଶାଗତ ନେଅତିକତାର ବିରୁଦ୍ଧାଚରଣ କରୁଛି। 

ଏଭଳି ଆଇନଜୀବୀମାନେ ସେମାନଙ୍କର ଲାଇସେନ୍ସ ପରିଷଦ ନିକଟରେ ସରେଣ୍ଡର କରିବାର ନିୟମ ରହିଥିଲେ ଆଇନଜୀବୀମାନେ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଗତ ଏପ୍ରିଲ୍ ୧୨ ତାରିଖରେ ପରିଷଦର ସାଧାରଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ନିଷ୍ପତ୍ତିକୁ ଉଲ୍ଲଂଘନ କରୁଥିବା ଆଇନଜୀବୀମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା କରାଯିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦର ସଦସ୍ୟ ସଚିବ ଯଯାତି କେଶରୀ ସାମନ୍ତସିଂହାର ସମସ୍ତ ବାର୍ ଆସୋସିଏସନକୁ ନିର୍ଦ୍ଦେଶ ଜାରି କରିଛନ୍ତି।


 Cuttack | odisha state bar council 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe