ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବକୁ ବନ୍ଦ କରାନଯାଉ: ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ

Advertisment
୯ରୁ ଆରମ୍ଭ ହେବ ରାଜ୍ୟ ପୁସ୍ତକ ମ‌ହୋତ୍ସବ ‘ଅକ୍ଷର’

ଭୁବନେଶ୍ବର : ଏପ୍ରିଲ ୨ରୁ ୧୦ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି। କରୋନା ମହାମାରୀ ଯୋଗୁଁ ୨ ବର୍ଷ ହେଲା ଏହି ପୁସ୍ତକ ମହୋତ୍ସବ ଆୟୋଜିତ ହୋଇପାରିନଥିଲା। ମେଳାରେ ପୁସ୍ତକ ବିକ୍ରି ହୋଇପାରୁ ନଥିବାରୁ ଓଡ଼ିଶାର ବହୁ କ୍ଷୁଦ୍ର ପୁସ୍ତକ ପ୍ରକାଶକମାନେ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। କରୋନା ସମୟରେ ବହୁବର୍ଗର ଲୋକଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ କ୍ଷୁଦ୍ର ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନଙ୍କ କଥା ବିଚାରକୁ ‌ନିଆଯାଇନାହିଁ। ବିଳମ୍ବରେ ହେଲେ ମଧ୍ୟ ସଂପ୍ରତି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁସ୍ତକ ମେଳା ଆୟୋଜିତ ହେବାକୁ ଯାଉଥିବାରୁ ପାଠକ, ଲେଖକ ଓ ପ୍ରକାଶକମାନଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି।

ଆସନ୍ତା ମେ’ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ମେଳାରୁ ବହୁ ଉପାଦେୟ ପୁସ୍ତକ ପାଇପାରିବେ। ପୂର୍ବରୁ ଅନୁଷ୍ଠିତ ହେଉଥିବା ୪ଟି ପୁସ୍ତକ ମେଳାକୁ ବନ୍ଦ କରି ସରକାର ଗୋଟିଏ ପୁସ୍ତକ ମେଳା ଆୟୋଜନ କରୁଥିବାରୁ, ଏହି ମେଳା ଉପରେ ସମସ୍ତେ ନିର୍ଭରଶୀଳ। ମେଳା ଆୟୋଜନ ଫଳରେ ବହୁ ଗରିବ ବହି ବେପାରୀ ଓ କ୍ଷୁଦ୍ର ପ୍ରକାଶକ ଉପକୃତ ହେବେ। ଏଣୁ ନିକଟରେ ହେବାକୁ ଯାଉଥିବା ଏହି ବହି ମେଳାକୁ ବନ୍ଦ ନ କରି ଯଥା ସମୟରେ ମେଳା ଆୟୋଜନ କରିବାକୁ ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଗ୍ରୀଷ୍ମ ସମୟ ହୋଇଥିବାରୁ ପୁସ୍ତକ ମେଳାର ନିର୍ଧାରିତ ସମୟ ଅପରାହ୍‌ଣ ୩ଟାରୁ ରାତି ୯ଟା ନ କରି ଅପରାହ୍‌ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରଖାଯିବାକୁ ସଂଘ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe