ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ବିକ୍ଷୋଭ ୨୦ରୁ

Advertisment
ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଦାବିପତ୍ର ଅଭିଯାନ

India CSR Network

ଭୁବନେଶ୍ବର : ୫ ଦଫା ଦାବିରେ ଆସନ୍ତା ୨୦ ତାରିଖରୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ। ଏନେଇ ସଂଘର ଏକ ଜରୁରି ବୈଠକ ସ୍ଥାୟୀ ସଭାପତି ଉପେନ୍ଦ୍ରନାଥ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ୫ ଦଫା ଦାବି ଯଥା ଦୁଇବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ଲାଗୁ କରିବା, ଦରମା ଅସଂଗତି ଦୂର କରିବା, ବ୍ୟାଙ୍କର ପୁନର୍ଗଠନ, ନିଯୁକ୍ତି ନିୟମରେ ପରିବର୍ତ୍ତନ, କାର୍ଯ୍ୟସାରଣୀର ପୁନର୍ବିନ୍ୟାସ ଆଦି ଉପରେ ଆଲୋଚନା କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।

ସଂଘର ଅଭିଯୋଗ ହେଲା ଯେ ଏହି ୫ ଦଫା ଦାବି ନେଇ ସଂଘ ୨୦୧୮ ମସିହାରେ ଆନ୍ଦୋଳନ କରିଥିଲା। ସେତେବେଳେ ସରକାର ସଂଘ ସହ ଆଲୋଚନା କରି ୪ମାସ ମଧ୍ୟରେ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍‌ ତାହା ପୂରଣ ହୋଇନାହିଁ। ଗତ ବର୍ଷ ଡିସେମ୍ବର ୨୭ ତାରିକରେ କୃଷି ଭବନରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା। ସେଥିରେ ବିଭାଗୀୟ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ସହ ଉଚ୍ଚ ପଦାଧିକାରୀମାନେ ଅଂଶଗ୍ରହଣ କରି ମାସେ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରତିବାଦସ୍ବରୂପ ଆସନ୍ତା ୨୦ ତାରିଖଠାରୁ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ତଥା ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe