ଓଡ଼ିଶା ରାଜ୍ୟ ତାଇକୋଣ୍ଡୋ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

Advertisment
ଓଡ଼ିଶା ରାଜ୍ୟ ତାଇକୋଣ୍ଡୋ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

ଭଦ୍ରକ: ତାଇକୋଣ୍ଡୋ ଆସୋସିଏସନ ଅଫ୍ ଓଡିଶା (ତାଓ) ଆନୁକୂଲ୍ୟରେ ୧୯ତମ ଓଡିଶା ରାଜ୍ୟ ତାଇକୋଣ୍ଡୋ ଚମ୍ପିଅନ୍‌ସିପ୍ ଚରମ୍ପାସ୍ଥିତ ମହାରାଜା ଅଗ୍ରସେନ ଭବନ ଠାରେ ଉଦ୍‌ଘାଟିତ ହୋଇଯାଇଛି। ତାଇକୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଗ୍ରାଣ୍ଡ ମାଷ୍ଟର ଡ. ଜିମ୍ମି ଆର. ଜାଗତିଆନୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ତାଓ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ତାଇକୋଣ୍ଡୋ ଆସୋସିଏସନର ସଂପାଦକ ଏମ୍‌. ସୁନ୍ଦରମ୍ ଆୟାର, ଓଡିଶା  ବାର କାଉନ୍‌ସିଲ ସଦସ୍ୟ ପବନ ଶର୍ମା, ସମାଜସେବୀ ବିଦ୍ୟାଧର ବାରିକ୍‌, ମାରୱାଡି ଯୁବ ମଂଚର ବରିଷ୍ଠ ସଦସ୍ୟ ବିଶାଲ ଗୋପାଲ ଲାଖାନୀ, ସବୁଜ କ୍ଲବର ସଂପାଦକ ଅଜୟ କୁମାର ଧଳ, କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ସସ୍ମିତା ନନ୍ଦ, ହେପିହୋମର ବରିଷ୍ଠ ଅଧ୍ୟାପିକା ପ୍ରତିଭା ତିୱାରୀ ଓ କାର୍ମେଲ ସ୍କୁଲର ଅଧ୍ୟାପିକା ସଂଘମିତ୍ରା ନନ୍ଦିନୀ ଦାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ତାଓ ଉପସଭାପତି ରମେଶ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ପ୍ରଫେସର ଯୋଗେଶ୍ୱର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍‌ଣରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ସଂସ୍କରଣରେ ୧୫ଟି ଜିଲ୍ଲାରୁ ମୋଟ ୫ଶହ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାକୁ ତାଇକୋଣ୍ଡୋ ଆସୋସିଏସନ ଅଫ୍ ଓଡିଶାର ସଦସ୍ୟ ସତ୍ୟପାଣିଗ୍ରାହୀ, ସୋମନାଥ ସାହୁ, ସୌମ୍ୟକାନ୍ତ ବେଉରା, ସୁଧାକର ଜେନା, ଯୋଗେନ୍ଦ୍ର ନାୟକ, ରାଜେନ୍ଦ୍ର ଜେନା, ପଦ୍ମଲୋଚନ ସିଂ, ବିପିନ୍ ସାମଲ, ଦଶରଥ ସ୍ୱାଇଁ, ରାଜେଶ ବିଶ୍ୱାଳ, ଆଦ୍ୟାଶା ଦାସ ଓ ତାରିଣୀ ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe