ଆବେଦନକାରୀ ସଂସ୍ଥାର ଆବେଦନ ବିଚାର କରିବାକୁ ନିର୍ଦ୍ଦେଶ

Advertisment

ପଣ୍ୟାଗାର ନିଗମ ପରିବହନ ଟେଣ୍ଡର ପ୍ରସଂଗରେ ସୁପ୍ରମକୋର୍ଟଙ୍କ ରାୟ

ପଣ୍ୟାଗାର ନିଗମ ପରିବହନ ଟେଣ୍ଡର ପ୍ରସଂଗରେ ସୁପ୍ରମକୋର୍ଟଙ୍କ ରାୟ

ଆବେଦନକାରୀ ସଂସ୍ଥାର ଆବେଦନ ବିଚାର କରିବାକୁ ନିର୍ଦ୍ଦେଶ

କଟକ : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଖାଦ୍ୟଶଷ୍ୟ ପରିବହନ ଠିକା ଟେଣ୍ଡର ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀ ଧରିତ୍ରୀ ଏଣ୍ଟରପ୍ରାଇଜ ଆବେଦନକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଧରିତ୍ରୀ ସଂସ୍ଥାର ମୂଳ ଆବେଦନ ୨୦୧୭, ଅଗଷ୍ଟ ୨୪ରେ ହାଇକୋର୍ଟ ଖାରଜ କରିବା ପରେ ଏ ନେଇ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜଷ୍ଟିସ ରଂଜନ ଗୋଗୋଇ ଓ ଜଷ୍ଟିସ ଆର୍‌.ଭାନୁମତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଟେଣ୍ଡର ପ୍ରକ୍ରିୟାରେ ଆବେଦନକାରୀ ସଂସ୍ଥାର ଆବେଦନ ନାକଚ କରାଯିବା ଗ୍ରହଣୀୟ ନୁହେଁ ବୋଲି ରାୟ ଦେଇଛନ୍ତି। ୩ଟି କାର୍ଯ୍ୟ ପାଇଁ ଏପର୍ଯ୍ୟନ୍ତ ଟେଣ୍ଡର ଚୂଡାନ୍ତ ହୋଇ ନଥିବା ବେଳେ ଆବେଦନକାରୀ ସଂସ୍ଥାର ଆବେଦନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସଂଜୀବ ପାଣିଗ୍ରାହୀ, ଏଲ୍‌.କେ.ମିଶ୍ର, ପି.କେ.ରାୟ ଓ କୃଷ୍ଣଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ଡିସେମ୍ବର ୧ରେ ପଣ୍ୟାଗାର ନିଗମ ପକ୍ଷରୁ ୨୯ଟି ପଣ୍ୟାଗାର ପାଇଁ ପରିବହନ ଠିକା ପ୍ରଦାନ ଲାଗି ଇ-ଟେଣ୍ଡର ଆହ୍ଵାନ କରାଯାଇଥିଲା। ଆବେଦନକାରୀ ସଂସ୍ଥା ୮ଟି ପଣ୍ୟାଗାର ପାଇଁ ଆବେଦନ କରିଥିଲା। ଇପିଏଫ୍‌ କୋଡ୍‌ ଉଲ୍ଲେଖ ନଥିବା ଦର୍ଶାଇ ଆବେଦନକାରୀ ସଂସ୍ଥାର ୮ଟି ପଣ୍ୟାଗାର ପାଇଁ କରାଯାଇଥିବା ଆବେଦନ କର୍ତ୍ତୃପକ୍ଷ ଖାରଜ କରିଥିଲେ। ନିଗମ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ଆବେଦନକାରୀ ସଂସ୍ଥା ହାଇକୋର୍ଟରେ ଚାଲେଞ୍ଜ କରିଥିଲା। ଇପିଏଫ୍‌ କୋଡ୍‌ ସଂପର୍କରେ ଟେଣ୍ଡର ଆବେଦନ ଫର୍ମରେ ସୂଚନା ଦିଆଯାଇଥିବା ବେଳେ ଆବେଦନ ନାକଚ କରାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ୨୦୧୭, ଅଗଷ୍ଟ ୨୪ରେ ହାଇକୋର୍ଟ ଆବେଦନକାରୀ ସଂସ୍ଥାର ଆବେଦନ ଖାରଜ କରିବା ସହିତ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ନିଷ୍ପତ୍ତି କାଏମ ରଖିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଧରିତ୍ରୀ ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe