ପାକିସ୍ତାନ ସିମ କାର୍ଡ ଓଟିପି ସେଆର୍ ମାମଲା: ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ୍ ଟିମ୍

Advertisment
ପାକିସ୍ତାନ ସିମ କାର୍ଡ ଓଟିପି ସେଆର୍ ମାମଲା: ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ୍ ଟିମ୍

ଭୁବନେଶ୍ବର: ପାକିସ୍ତାନ ସିମ କାର୍ଡ ଓଟିପି ସେଆର୍ ଘଟଣାର ତଦନ୍ତ ଲାଗି ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ୍ ଟିମ୍। ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ସେ କହିଛନ୍ତି, ଓଡ଼ିଶା ଏସଟିଏଫର ସ୍ବତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଏସଟିଏଫ୍ ଦ୍ବାରା ପୂର୍ବରୁ ଗିରଫ ଗୁଡୁ କୁମାରକୁ ଜେରା କରିବ।ସୂଚନାଯୋଗ୍ୟ, ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍। ଏନେଇ ନିଉ ଜଲପାଇଗୁଡ଼ି ଥାନାରେ ମଧ୍ୟ ମାମଲା ହୋଇଛି । ତଦନ୍ତ ସମୟରେ ପଠାଣି ସାମନ୍ତ ଲେଙ୍କା ଓ ଗୁଡୁ କୁମାରର ଲିଙ୍କ ଥିବା ଜଣାପଡ଼ିଛି ।

ଏଣେ ଆଜି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ ଏସଟିଏଫ୍ ଟିମର ଦୁଇ ସଦସ୍ୟ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟକୁ ଆସି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଉଭୟେ ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କା ଓ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଜେରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ବି ଖୋଳତାଡ଼ କରୁଛି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଅଟକ ରଖିଥିଲା ଏସଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିଲା। ଫରେନ୍ସିକ ଲ୍ୟାବକୁ ଅଭିଯୁକ୍ତଙ୍କ ମୋବାଇଲ ପଠାଯାଇଥିଲା। ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି। ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ବୋଲି ସୂଚନା ରହିଛି। ଆଗରୁ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe