ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା

Advertisment

ଭାଇଜାଗ୍‌ରେ ଓଡ଼ିଆ ଛାତ୍ରଙ୍କ ର‍୍ୟାଗିଂରେ ମୃତ୍ୟୁ ଘଟଣା

ଭାଇଜାଗ୍‌ରେ ଓଡ଼ିଆ ଛାତ୍ରଙ୍କ ର‍୍ୟାଗିଂରେ ମୃତ୍ୟୁ ଘଟଣା

ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା

ଭୁବନେଶ୍ୱର : ଭାଇଜାଗ୍‌ରେ ଓଡ଼ିଆ ଛାତ୍ର ଶ୍ରେୟସଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ବିସ୍ତତ ରିପୋର୍ଟ ବିଶାଖପାଟଣା ପୁଲିସ କମିସନରଙ୍କୁ ପ୍ରଦାନ କରାଯାଇଛି। ଛାତ୍ରଙ୍କୁ ହତ୍ୟା କରାଯାଇଥିବା (ହୋମିସାଇଡ୍‌) ନେଇ ଏହି ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି। ଶ୍ରେୟସଙ୍କ ଶରୀରର ବିଭିନ୍ନ ଅଂଶ ଓ ଆଭ୍ୟନ୍ତରୀଣ ଅଙ୍ଗରେ ଗୁରୁତର ଆଘାତ ପାଇବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଏହା ସହିତ ଏହି ଘଟଣାରେ ମାମଲା ରୁଜୁ କରିବା ସହିତ ଚନ୍ଦ୍ରଶେଖରପୁର ଥାନାକୁ ସମସ୍ତ ବିଷୟରେ ସୂଚନା ଦେବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଭାଇଜାଗ୍‌ସ୍ଥିତ ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଓଡ଼ିଆ ଛାତ୍ର ଶ୍ରେୟସ କେସରଓ୍ଵାନି ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢ଼ୁଥିଲେ। ସେଠାରେ ତାଙ୍କୁ ଜଣେ ସିନିୟର ଛାତ୍ର ର‍୍ୟାଗିଂ କରିବା ସହ ନିସ୍ତୁକ ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିଥିଲେ। ମାତ୍ର କଲେଜ୍‌ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଇ ନ ଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବିଶାଖପାଟଣା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ମୃତଦେହକୁ ଜବତ କରି ପୁଲିସ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରେୟସଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତ ଚିହ୍ନ ରହିବା ସହିତ ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe