ରାଜ୍ୟର ସ୍ୱର୍ଣ୍ଣ ଓ ରୌପ୍ୟ ଶିଳ୍ପୀମାନଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ

Advertisment

ସରୋଜ ମହାରଣା ନବଗଠିତ ଆଇଟି ବିଭାଗ ମୁଖ୍ୟ ମନୋନୀତ

ସରୋଜ ମହାରଣା ନବଗଠିତ ଆଇଟି ବିଭାଗ ମୁଖ୍ୟ ମନୋନୀତ

ରାଜ୍ୟର ସ୍ୱର୍ଣ୍ଣ ଓ ରୌପ୍ୟ ଶିଳ୍ପୀମାନଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ

କଟକ : କଟକର ଉତ୍କଳ  ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ ଏବଂ ଜି.ଜେ.ଇ.ପି.ସି (ଭାରତ ସରକାରଙ୍କ ଏକ ସଂସ୍ଥା )ଙ୍କ ମିଳିତ ଉଦ୍ୟଗରେ ଓଡ଼ିଶାର ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀମାନଙ୍କ ପାଇଁ ଏକ ପରିଚୟ ପତ୍ର ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିସହିତ ସଂଘର ଏକ ଆଇଟି ବିଭାଗ ଗଠନ କରାଯାଇଅଛି । କୋଭିଡ଼ କଟକଣା ନିୟମକୁ ଆଖି ଆଗରେ ରଖି ସଂଘର ଖୁବ ଅଳ୍ପ ସଂଖ୍ୟକ କାର୍ଯ୍ୟକାରୀ ସଭ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଯୋଜନା ମାଧ୍ୟମରେ ଉକ୍ତ କାରିଗରଭାଇମାନଙ୍କୁ ନିଜ ସଂଘ ତରଫରୁ ଏବଂ ଜି.ଜେ.ଇ.ପି.ସି. ସଂସ୍ଥା ତରଫରୁ ମାଗଣାରେ ଆଉ ଏକ ପରିଚୟ ପତ୍ର ଦିଆଯିବ । ଯାହାଦ୍ୱାରା ଓଡ଼ିଶାର କୋଣଅନୁକୋଣରେ ଥିବା କାରିଗରମାନେ ଅତି ସହଜ ଓ ସରଳ ଉପାୟରେ ସଂଘ ଦ୍ୱାରା ପଞ୍ଜିକୃତ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଅନେକ ପ୍ରକାର ସୁବିଧାସୁଯୋଗ ପାଇବା ପାଇଁ ଯୋଗ୍ୟ ହେବେ ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସଭା ପରିଚାଳନା କରିଥିଲା ବେଳେ ସାଧାରଣ ସମ୍ପାଦକ ଅଶ୍ୱିନୀ ମହାରଣା ସଂଘର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ପୃଷ୍ଟି ଜି.ଜେ.ଇ.ପି.ସି ସଂଗଠନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଯୁବ ସଭାପତି ଭାନୁ ପ୍ରତାପ ସାହୁ ପରିଚୟ କାର୍ଡ଼ର ବଣ୍ଟନ ପ୍ରକ୍ରିୟା କାର୍ଯ୍ୟର ପରିଚାଳନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ମନୋଜ ମହାରଣା ଏହି କାର୍ଡ଼ ମାଧ୍ୟମରେ ପାଇବାକୁ ଥିବା ଆର୍ଥିକ ସହାୟତା ବିଷୟରେ କହିଥିଲେ ।

ସଭାରେ ନୂତନ ଭାବ ଗଠନ କରାଯାଇଥିବା ଆଇଟି ବିଭାଗର  ଦାୟିତ୍ୱ ନିର୍ବାହ ଲାଗି ସରୋଜ ମହାରଣାଙ୍କୁ ମନୋନୀତ କରାଯିବା ସହିତ ଗିରୀଶ ଚନ୍ଦ୍ର ପୃଷ୍ଟିଙ୍କୁ ସହଯୋଗୀ ଦାୟିତ୍ୱ ନେବା ପାଇଁ କୁହାଯାଇଥିଲା। ଶେଷରେ ଯୁଗ୍ମ କୋଷାଧ୍ୟକ୍ଷ ହେମନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe