ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଏଥିରେ ୭ଜଣ ଅଧ୍ୟାପକଙ୍କୁ ବଦଳି କରାଯାଇଛି। ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗରେ ରିଡର୍ ଥିବା ରମେଶ ପ୍ରସାଦ ରାଉତଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣିତ ବିଭାଗର ରିଡର୍ ତୁଷାରକାନ୍ତି ତ୍ରିପାଠୀଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର (ମେଧାବୃତ୍ତି)ର ଉପ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର (ମେଧାବୃତ୍ତି)ର ଉପ ନିର୍ଦ୍ଦେଶକ ଥିବା ଶିଶିର ନାୟକଙ୍କୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ, ଏମ୍ଡିସି ନୟାଗଡ଼ରେ ଥିବା କାର୍ତ୍ତିକ ପ୍ରସାଦ ଜେନାଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ଏନ୍ଜିସି) , ଭବାନିପାଟଣା ସରକାରୀ ମହିଳା କଲେଜରେ ରିଡର୍ ଥିବା ହରିହର କାନୁନଗୋଙ୍କୁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ, ରାଜଧାନୀ କଲେଜରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଥିବା ସୁନିଲ କୁମାର ଜେନାଙ୍କୁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ, ଇତିହାସ ବିଭାଗର ରିଡର୍ ଥିବା ସବିତା ଦାସଙ୍କୁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶାଳୟର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ବଦଳି ହୋଇଥିବା ଅଧ୍ୟାପକମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us