ଦୁଇ ମାସରେ ନିଲାମ ହେବ ୪୦ ଖଣି

Advertisment
ଦୁଇ ମାସରେ ନିଲାମ ହେବ ୪୦ ଖଣି

thehindu.com

ଭୁବନେଶ୍ବର : ବର୍ତମାନ ସୁଦ୍ଧା ରାଜ୍ୟର ୪ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ୪ଟିକୁ ମିଶାଇ ଆଗାମୀ ଦୁଇ ମାସରେ ୪୦ଟି ଖଣି ନିଲାମ ହେବ।

ଆଜି ଖଣି ବିଭାଗ ଓ ନିର୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସଚିବାଳୟରେ ସମୀକ୍ଷା କରିବା ପରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଖଣି ନିଲାମ ସଂପର୍କରେ ସୂଚନା ଦେଇଥିଲେ। ଚାରିଟି ଚୂନପଥର ଖଣି ମିଶାଇ ଲୁହାପଥର, କ୍ରୋମାଇଟ୍‌, ମାଙ୍ଗାନିଜ୍‌ ଆଦି ୪୦ଟି ଖଣି ନିଲାମ ହେବ ବୋଲି ସେ କହିଥିଲେ। ଖଣି କ୍ଷେତ୍ରରେ ରାଜସ୍ବ ଅଭିବୃଦ୍ଧି ହାର ସନ୍ତୋଷଜନକ ଦର୍ଶାଇ ସେ କହିଲେ ଯେ ୭୦.୯୨ ପ୍ରତିଶତ ର।ଜସ୍ୱ ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୧୦ ହଜାର ୪୭୯ କୋଟି ଟଙ୍କାର ରାଜସ୍ବ ମିଳିଥିଲା। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉତ୍ପାଦନ ବର୍ଷକୁ ବୃଦ୍ଧି ପାଇ ୧୬ ନିୟୁତ ଟନ୍‌ରେ ପହଞ୍ଚିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଖଣି ନିଗମର ଉତ୍ପାଦନ ୨୦ ନିୟୁତ ଟନ୍ ବୃଦ୍ଧି ପ।ଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe