ବାହାରେ ଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ରାଜ୍ୟକୁ ଅଣାଯିବ : ସ୍ବାସ୍ଥ୍ୟମନ୍ତ୍ରୀ

ବାହାରେ ଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ରାଜ୍ୟକୁ ଅଣାଯିବ : ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା (ଇମିସ): ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି । ଏହି ଶ୍ରମିକ ମାନଙ୍କୁ ଲକଡାଉନ ପରେ ନିଜ ରାଜ୍ୟକୁ ଅଣାଯିବା ପୂର୍ବରୁ ଯେଉଁ ସ୍ଥାନରେ ସେମାନେ ଅଛନ୍ତି ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପଠାଯିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଆଜି ଉଚ୍ଚ ମନ୍ତ୍ରୀ ସ୍ତରୀୟ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୦ ଦିନ ଭିତରେ ବାରିପଦା ଓ ବଲାଙ୍ଗୀର ମେଡିକାଲ କଲେଜରେ କୋଭିଡ୍ ପରୀକ୍ଷାର ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ପାଠ ପଡ଼ିବାକୁ ଯାଇ ଫସି ରହିଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଶାକୁ ଫେରେଇ ଅଣାଯିବାର ବ୍ୟବସ୍ଥା ମଧ୍ୟ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ ଓ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ହେବାକୁ ଥିବା ଭିଡିଓ କନ୍ଫରେନ୍ସରେ ଏହି ବିଷୟ ଉପରେ ସେ ଦାବି ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe