ଜଳସେଚନ କ୍ଷେତ୍ରରେ ଖର୍ଚ୍ଚ ହେବ ୭୫ ହଜାର କୋଟି, ଓଡ଼ିଶାରେ ବି ହେବ ବ୍ୟାରେଜ, କେହି ବିସ୍ଥାପିତ ହେବେନି

ଜଳସେଚନ କ୍ଷେତ୍ରରେ ଖର୍ଚ୍ଚ ହେବ ୭୫ ହଜାର କୋଟି, ଓଡ଼ିଶାରେ ବି ହେବ ବ୍ୟାରେଜ, କେହି ବିସ୍ଥାପିତ ହେବେନି

ଝାରସୁଗୁଡ଼ା : ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ହେବ ଓ ଏଥିପାଇଁ କାହାରିକୁ ବିସ୍ଥାପିତ ହେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲା ସୁଖାସୋଢ଼ାରେ ଘୋଷଣା କରିଛନ୍ତି। ମହାନଦୀ ସୁରକ୍ଷା ମହାସଂଗ୍ରାମ ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିବା ସହ ଝାରସୁଗୁଡ଼ା ବିମାନ ବନ୍ଦରଠାରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହିତ ଏନେଇ ଆଲୋଚନା କରିଛନ୍ତିି। ଏଥିସହ ମୁଖ୍ୟମନ୍ତ୍ରୀ ଏହି ୪ଟି ଜିଲ୍ଲାର ଖଣିଜ ଓ ଜଳସେଚନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜଳସଂପଦ ବିଭାଗ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ପାଇଁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ଯେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଭିକମପାଲି ପଞ୍ଚାୟତ ଅହିରାଜୋର ଠାରେ ହେବାକୁ ଥିବା ଅହିରାଜୋର ଜଳସେଚନ ପ୍ରକଳ୍ପ କାଯ୍ୟର୍କୁ ତ୍ୱରାନ୍ଵିତ କରିବା ନେଇ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ସଚିବଙ୍କ ସହିତ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଫରେଷ୍ଟ କ୍ଲିୟରେନ୍‌ସ ଷ୍ଟେଜ୍‌ ୧ ପ୍ରଦାନ କରାଯାଇଛିା ଷ୍ଟେଜ୍‌ ୨ ପ୍ରଦାନ ପରେ କାଯ୍ୟର୍ ଆରମ୍ଭ ହେବ। ସେହିପରି ସହରରେ ସ୍ୱେରେଜ ସିଷ୍ଟମ ଓ ଗ୍ରାମ୍ୟ ମେଗା ଜଳଯୋଗାଣ ପ୍ରକଳ୍ପ କାଯ୍ୟର୍କୁ ତ୍ୱରାନ୍ଵିତ କରାଯିବା ନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe