ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ରାଜ୍ୟ ସରକାର ତର୍ଜମା କରିବେ ଓ ତାହା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।
ଲୋକାୟୁକ୍ତ ନିଯୁକ୍ତି ନେଇ ବିଧାନସଭା ତିନି ଦିନ ଅଚଳ ହେଲା ପରେ ଆଜି ସରକାର ଏମିତି ଉତ୍ତର ରଖିଛନ୍ତି। ଗତ ୨୬ ତାରିଖ ଠାରୁ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଗୃହକୁ ଅଚଳ କରିଦିଆଯାଇଥିଲା। ତିନି ଦିନ ଧରି ଗୃହକାର୍ଯ୍ୟ ହୋଇପାରି ନ ଥିଲା। ଅଚଳାବସ୍ଥା ଅବସାନ ଘଟାଇବା ପାଇଁ ଗତକାଲି ସର୍ବଦଳୀୟ ବୈଠକରେ ସରକାର ବିବୃତି ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।
Follow Us