୨୦୨୧ ଫେବ୍ରୁଆରି ୨୨ରୁ ମାର୍ଚ ୧ ମଧ୍ୟରେ ଓଡ଼ିଶାରେ ଅନ୍ୟୂନ ୫,୨୯୧ ବନାଗ୍ନିକାଣ୍ଡ ରେକର୍ଡ କରାଯାଇଛି। ‘ଫରେଷ୍ଟ୍ ସର୍ଭିସ୍ ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଆଇ) କହିବା ଅନୁସାରେ, ଏହି ସମୟ ଅବଧି ମଧ୍ୟରେ ଦେଶରେ ଘଟିଥିବା ବନାଗ୍ନିକାଣ୍ଡ ମଧ୍ୟରେ ଓଡ଼ିଶାର ବନାଗ୍ନି ଘଟଣା ସର୍ବାଧିକ।
୨୦୨୧, ଫେବ୍ରୁଆରି ୨୮ ତାରିଖ ଦିନ ରାଜ୍ୟର କେତେକ ସହରର ଉତ୍ତାପ ୪୦ ଡିଗ୍ରି ସେଲିସିୟସ୍ ଟପି ଯାଇଥିଲା। ବିଶେଷଜ୍ଞମାନଙ୍କ ମତରେ, ବଢ଼ି ଚାଲିଥିବା ଉତ୍ତାପ ମଧ୍ୟ ରାଜ୍ୟର ବଣଜଙ୍ଗଲରେ ନିଆଁ ଲାଗିବାର କାରଣ ହୋଇଥାଏ।
‘ଏଫ୍ଏସ୍ଆଇ’ ତଥ୍ୟ ଅନୁସାରେ, ଏହି ସମୟସୀମା ମଧ୍ୟରେ ୧,୫୨୭ଟି ବନାଗ୍ନିକାଣ୍ଡ ଘଟିଥିବା ତେଲେଙ୍ଗାନା ରାଜ୍ୟ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ୧,୫୦୭ ବନାଗ୍ନିକାଣ୍ଡ ଘଟିଥିବା ମଧ୍ୟପ୍ରଦେଶ ତୃତୀୟ ଏବଂ ୧,୨୯୨ଟି ବନାଗ୍ନିକାଣ୍ଡ ଘଟିଥିବା ଆନ୍ଧ୍ରପ୍ରଦେଶ ୧,୨୯୨ ଚତୁର୍ଥ ସ୍ଥାନରେ ରହିଛି।
ନଭେମ୍ବର ପହିଲାରୁ ଓଡ଼ିଶାରେ ପ୍ରାୟ ୭,୧୮୮ଟି ବନାଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ରାଜ୍ୟଗୁଡ଼ିକରେ ଆରମ୍ଭ ହେଉଥିବା ବନାଗ୍ନିକାଣ୍ଡ ଆରମ୍ଭ ସମସୟରେ ମଧ୍ୟ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି। ଓଡ଼ିଶାର ବଣଜଙ୍ଗଲରେ ହଠାତ୍ ନିଆଁ ଚରି ଯାଉଥିବାରୁ ଅନେକ ବୃକ୍ଷଲତା ଓ ପଶୁପକ୍ଷୀ ନଷ୍ଟ ହୋଇଯାଉଛନ୍ତି।
Image Courtesy of The Quintଅବସରପ୍ରାପ୍ତ ବନ ଅଧିକାରୀ ସୁଧାକର ମହାପାତ୍ର କହନ୍ତି, ମହୁଲଫୁଲ ଓ କେନ୍ଦୁପତ୍ର ସଂଗ୍ରହ, ସାମୟିକ ଚାଷ ଏବଂ ଅରଣ୍ୟାଞ୍ଚଳରେ ଚାରଣଭୂମି ସୃଷ୍ଟି କରାଇବା ହେଉଛି ଓଡ଼ିଶାରେ ଘଟୁଥିବା ବନାଗ୍ନିକାଣ୍ଡ କେତେକ କାରଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡରେ ହଳଦୀ ଚାଷ ନିମନ୍ତେ ମଧ୍ୟ ବଣଜଙ୍ଗଲ ପୋଡ଼ାଯାଇଥାଏ।
ବନାଗ୍ନି ପରିଚାଳନା ନିମନ୍ତେ ଇତିମଧ୍ୟରେ ବାଲିଗୁଡ଼ା ବନଖଣ୍ଡ ‘ରିଙ୍ଗ୍ ଆଣ୍ଡ୍ ଷ୍ଟିପ୍’ ପଦ୍ଧତି ଆରମ୍ଭ କରିଛି। ବନଖଣ୍ଡରୁ ଅନାୟାସରେ ମହୁଲଫୁଲ ଓ କେନ୍ଦୁପତ୍ର ତୋଳିବା ଲାଗି ଆଦିବାସୀମାନେ ସାଧାରଣତଃ ଶୁଖିଲା ପତ୍ରରେ ନିଆଁ ଲଗାଇ ଦିଅନ୍ତି।
Image Courtesy of Down to Earthବଣରେ ଥିବା ମହୁଲଗଛ ସବୁ କେତେକ ନିର୍ଦ୍ଦିଷ୍ଟ ପରିବାରର ମାଲିକାନାରେ ଥିବାରୁ ବନଖଣ୍ଡ ଉକ୍ତ ଗଛ ସବୁକୁ ଚିହ୍ନଟ କରିବା ଲାଗି ଗାଁଗଣ୍ଡାରେ ‘ଜିପିଏସ୍’ ସିଷ୍ଟମ୍ ବ୍ୟବହାର କରୁଛି। ୨୦୧୮ରେ ପ୍ରବର୍ତ୍ତନ ହୋଇଥିବା ଏହି ବ୍ୟବସ୍ଥା ଅନୁସାରେ, ବନ କର୍ମଚାରୀମାନେ ଆଗତୁରା ସେହି ଗଛଗୁଡ଼ିକ ପାଖରେ ପଡ଼ିଥିବା ଶୁଖିଲା ପତ୍ର ସଂଗ୍ରହ କରି ପୋଡ଼ି ଦେଉଛନ୍ତି।
ଏହି ପଦ୍ଧତି ଅବଲମ୍ବନ କରାଯିବାରୁ ବନାଗ୍ନିକାଣ୍ଡ ଘଟୁଥିବା ସ୍ଥାନଗୁଡ଼ିକର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ତେଣୁ, ୨୦୧୭ରେ ୩,୧୬୫ ବନାଗ୍ନିକାଣ୍ଡ ଘଟିଥିବା ଏହି ସବୁ ଅଞ୍ଚଳରେ ବନାଗ୍ନିକାଣ୍ଡ ସଂଖ୍ୟା ୨୦୧୮ରେ ୨,୩୯୮, ୨୦୧୯ରେ ୨,୦୪୭ ଏବଂ ୨୦୨୦ରେ ୧,୨୦୭କୁ ହ୍ରାସ ପାଇଛି।
Image Courtesy of The Hinduଉପଖଣ୍ଡ ବନ ଅଧିକାରୀ କହନ୍ତି, ‘ରିଙ୍ଗ୍ ଆଣ୍ଡ୍ ଷ୍ଟ୍ରିପ୍’ ପଦ୍ଧତି, ବନାଗ୍ନିକାଣ୍ଡ ସ୍ଥାନ ଏବଂ ପୋଡୁଥିବା ଅଞ୍ଚଳ ହ୍ରାସ କରାଇବାରେ ସାହାଯ୍ୟ କରିଛି।
ଜଣେ ବରିଷ୍ଠ ବନ ଅଧିକାରୀ କହନ୍ତି, ରାଜ୍ୟରେ ଆମେ ପ୍ରାୟ ୬୦୦୦ କିଲୋମିଟର୍ ଦୀର୍ଘ ବନାଗ୍ନି ଲାଇନ୍ର ନକ୍ସା ପ୍ରସ୍ତୁତ କରିଛୁ। ସମ୍ପୃକ୍ତ ଅଞ୍ଚଳରେ ଘଟୁଥିବା ବନାଗ୍ନିକାଣ୍ଡର ତୁରନ୍ତ ମୁକାବିଲା ନିମନ୍ତେ ଆମେ ସତର୍କତାମୂଳକ ପଦକ୍ଷେପ ନେଇଛୁ।
‘ନ୍ୟାସ୍ନାଲ୍ ବୋର୍ଡ ଫର୍ ଓ୍ଵାଇଲ୍ଡ୍ଲାଇଫ୍’ର ପୂର୍ବତନ ସଦସ୍ୟ ବିଶ୍ୱଜିତ ମହାନ୍ତି କହନ୍ତି, ବନାଗ୍ନି ଯୋଗୁଁ କାଠ, ଫଳନ୍ତିବୃକ୍ଷ ଏବଂ ଔଷଧୀୟ ଉଦ୍ଭିଦ ନଷ୍ଟ ହୋଇଯାଉଛି। ଏଥିଯୋଗୁଁ ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି।
ଅନେକ ବନ୍ୟଜନ୍ତୁ ଓ ପକ୍ଷୀମାନଙ୍କର ନିବାସସ୍ଥଳୀ ଶିମିଳିପାଳ ଜାତୀୟ ଉଦ୍ୟାନରେ ଘଟିଥିବା ବ୍ୟାପକ ଅଗ୍ନିକାଣ୍ଡ ଘଟଣା ଲାଗି ମଧ୍ୟ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
Follow Us