ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟକୁ ବର୍ଷେ

Advertisment
ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟକୁ ବର୍ଷେ

www.ouhs.ac.in

ଭୁବନେଶ୍ବର: ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ବର୍ଷେ ପୂରିଛି। ଏହି ଉପଲକ୍ଷେ ଆଜି ଶିଶୁଭବନ ଛକସ୍ଥିତ ପ୍ରତିଷ୍ଠା ଦିବସ ବିଶ୍ବବିଦ୍ୟାଳୟ ପରିସରରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଜେନା କହିଥିଲେ, ଜଳବାୟୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ସମେତ ରାଜ୍ୟରେ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନକୁ ମୁକାବିଲା କରିବା ଦିଗରେ ଏହି ବିଶ୍ବବିଦ୍ୟାଳୟ ନିୟାମକ ଭାବେ କାର୍ଯ୍ୟ କରୁ। ରାଜ୍ୟ ଉନ୍ନୟନ କମିସନର ଅନୁ ଗର୍ଗ କହିଥିଲେ, ଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ଆଦି ସହ ସମନ୍ବୟ ରକ୍ଷା କରି ବିଶ୍ବବିଦ୍ୟାଳୟ ଜରିଆରେ ଉପଯୋଗୀ ଥିବା ବିଭିନ୍ନ ପ୍ରଶିକ୍ଷଣ ଓ ଗବେଷଣା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ବିଶ୍ବବିଦ୍ୟାଳୟ ଜରିଆରେ ବହୁମୁଖୀ ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦତ୍ତେଶ୍ବର ହୋତା କହିଥିଲେ, ଡାକ୍ତରୀ ଓ ଆନୁଷଙ୍ଗିକ ସ୍ବାସ୍ଥ୍ୟ ବିଜ୍ଞାନ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ କଲେଜକୁ ଗୋଟିଏ ବିଶ୍ବବିଦ୍ୟାଳୟ ଅଧୀନକୁ ଆଣିବା ଓ ସଂପୃକ୍ତ ଅଧ୍ୟୟନ କ୍ଷେତ୍ରରେ ଶିକ୍ଷାର ଗୁଣବତ୍ତାକୁ ବ୍ୟବସ୍ଥିତ କରାଯାଇଛି। ବିଶ୍ବବିଦ୍ୟାଳୟ ବ୍ରଡ୍ ଓ ସୁପର ସ୍ପେଶାଲିଟି ସମେତ ୯୧ଟି ବିଶେଷଜ୍ଞତା ପ୍ରଦାନ କରୁଥିବା ୩୧ଟି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଣୟନ କରାଯାଇଥିବା କହିଥିଲେ। ରେଜିଷ୍ଟ୍ରାର ସନ୍ତୋଷୀ ସାହୁ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଅର୍ଥ ନିୟନ୍ତ୍ରକ ଗୌତମ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖ ଯେ ୨୦୨୩-୨୪ ଶିକ୍ଷାବର୍ଷରୁ ମେଡିକାଲ, ଡେଣ୍ଟାଲ, ଆୟୁର୍ବେଦିକ, ହୋମିଓପ୍ୟାଥି, ନର୍ସିଂ, ଫାର୍ମାସି ଓ ଆନୁଷଙ୍ଗିକ ପାରାମେଡିକାଲ ପାଠ୍ୟକ୍ରମ ପ୍ରଦାନ କରୁଥିବା ରାଜ୍ୟର ପ୍ରାୟ ୩ଶହ ମହାବିଦ୍ୟାଳୟ-ଅନୁଷ୍ଠାନ ଏହି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe