ପୁଣି ଆକାଶ ପାଠକଙ୍କ ଆକାଉଣ୍ଟରୁ ମିଳିଲା ୧.୪୭ କୋଟି ଟଙ୍କା

Advertisment
ପୁଣି ଆକାଶ ପାଠକଙ୍କ ଆକାଉଣ୍ଟରୁ ମିଳିଲା ୧.୪୭ କୋଟି ଟଙ୍କା

ଭୁବନେଶ୍ବର: ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ତଥା ଟାଟା କମ୍ପାନିରେ ଚାକିରି କରାଇବା ଆଳରେ ଟଙ୍କା ଆଦାୟ କରିଥିବା ଆକାଶ କୁମାର ପାଠକଙ୍କର ଭୁବନେଶ୍ବର ଓ ପୁନେରେ ଥିବା ବ୍ୟାଙ୍କ ଆକାଉଣ୍ଟରେ  ଆହୁରି ୧.୪୭ କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି । ଆଜି ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଆକାଶଙ୍କ ଆକାଉଣ୍ଟରୁ ଠାବ ହୋଇଥିବା ଟଙ୍କାକୁ ମିଶାଇ ଏ ପର୍ଯ୍ୟନ୍ତ ତାଙ୍କର ବ୍ୟାଙ୍କରେ  ମୋଟ ୧୭.୫୨କୋଟି ଥିବା ସ୍ପଷ୍ଟ ହୋଇଛି।  ଆକାଶ ପାଠକଙ୍କର ଆଉ କେଉଁଠି ଆକାଉଣ୍ଟ ଅଛି ତାହାର ମଧ୍ୟ ଖୋଳତାଡ଼ ଜାରି ରହିଛି।  ଏହା ବ୍ୟତୀତ ଅଭୟକାନ୍ତ ପାଠକ ଏବଂ ଆକାଶ କୁମାର ପାଠକଙ୍କ ହସ୍ତାକ୍ଷର ଯାଞ୍ଚ କରାଯାଉଛି। ସିସିଟିଭି ଫୁଟେଜ ଏବଂ ଜବତ କାଗଜପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

publive-image

ଅନ୍ୟ ପକ୍ଷରେ ଆଜି ରିମାଣ୍ଡର ଦ୍ୱିତୀୟ ଦିନର ଜେରା ବେଳେ ଆକାଶ ପାଠକ ବଡ଼ ଖୁଲାସା କରିଛନ୍ତି। ସେ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ଭିଜିଲାନ୍ସର ଜେରା ବେଳେ ସ୍ୱୀକାର କରିଛନ୍ତି । ଏହା ସହ ସଂପର୍କୀୟଙ୍କ ସହ ଚାର୍ଟର ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି ଆକାଶ । ହେଲେ, ଆକାଉଂଟକୁ କେଉଁଠୁ କୋଟି କୋଟି ଟଙ୍କା ଆସିଲା, କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ନେଇ ପାଠକ ବାପ-ପୁଅଙ୍କୁ ଘନଘନ ଜେରା କରୁଛି ଭିଜିଲାନ୍ସ ଏସଆଇଟି । ଆକାଶ ପାଠକଙ୍କ ଆକାଉଣ୍ଟରେ ୧୭ କୋଟି ୫୨ ଲକ୍ଷ ଟଙ୍କା କୁଆଡୁ ଆସିଲା ସେ ନେଇ ଚାଲିଛି ତନାଘନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe