ଓଡ଼ିଶାର ବିଜୟ ଅଭିଯାନ: ଜାତୀୟ ମହିଳା ଫୁଟ୍‌ବଲ୍‌ ଉଦ୍‌ଘାଟିତ, ଗୋଆ ୩-୧ରେ ଅରୁଣାଚଳକୁ ହରାଇଲା

Advertisment
ଓଡ଼ିଶାର ବିଜୟ ଅଭିଯାନ: ଜାତୀୟ ମହିଳା ଫୁଟ୍‌ବଲ୍‌ ଉଦ୍‌ଘାଟିତ, ଗୋଆ ୩-୧ରେ ଅରୁଣାଚଳକୁ ହରାଇଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଫୁଟ୍‌ବଲ୍‌ ଆସୋସିଏସନ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମରେ ୨୮ତମ ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ୍ ଚାମ୍ପିଅନସିପ୍‌ ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିନର ଅପରାହ୍‌ଣରେ ଓଡ଼ିଶା ଦଳ ୩-୧ ଗୋଲରେ ମେଘାଳୟକୁ ହରାଇଥିଲା। ଓଡ଼ିଶା ତରଫରୁ ଦୀପା ନାୟକ ୨ ଗୋଲ (୩୨ ଓ ୫୩ ମିନିଟ୍) ଏବଂ ମାଳତି ମୁଣ୍ଡା ୩୫ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲେ। ମେଘାଳୟର ସୁନାଲିଣ୍ଡା ଲରେନ୍‌ ୫୧ ମିନିଟ୍‌ରେ ଗୋଟିଏ ଗୋଲ ଶୁଝିବାକୁ ସକ୍ଷମ ହୋଇଥିଲେ। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଗୋଆ ୩-୧ ଗୋଲରେ ଅରୁଣାଚଳ ପ୍ରଦେଶକୁ ହରାଇଥିଲା। ଗୋଆର କରିସ୍ମା ପୁରୁଷୋତ୍ତମ ସିରଭୋଲକର (୧୯ମିନିଟ୍‌), ପର୍ଲ ଫର୍ଣ୍ଣାଡିଜ୍‌ (୪୪ ଓ ୭୮ ମିନିଟ୍) ଗୋଲ କରିଥିଲା ବେଳେ ଅରୁଣାଚଳ ପ୍ରଦେଶର ୟୁଲାମଲାଲି ୧୨ ମିନିଟ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିଲେ।

ପୂର୍ବରୁ ହୋଇଥିବା ଉଦ୍‌ଘାଟନୀ ସମାରୋହରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର (ସ୍ପୋର୍ଟ୍ସ) ରଘୁ ପାଢ଼ୀ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ତାପସ ରାଏ ଚୌଧୁରୀ, ସୁନ୍ଦରଗଡ଼ ଜିଲ୍ଲା ‌କ୍ରୀଡ଼ା ସଂସଦ ସମ୍ପାଦକ ପ୍ରଭାତ ଭୋଳ, ଯୁଗ୍ମ ସମ୍ପାଦକ ଜୟଦେବ ପାତ୍ର, ଫୁଟ୍‌ବଲ୍‌ ସମ୍ପାଦକ ରାଜେନ୍ଦ୍ର ପଣ୍ଡା, ଉପସଭାପତି ପୌଷ ଚନ୍ଦ୍ର ପଟେଲ, ବିମଳ ବୋଷ, କୋଷାଧ୍ୟକ୍ଷ ଦୁର୍ଗା ମାଧବ ନାଏକ, ପୂର୍ବତନ ଫୁଟ୍‌ବଲ୍‌ ସମ୍ପାଦକ ନିତ୍ୟ କୁମାର ବଳ, ମେରି ଜନ ବାଗେ, ରବି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe