ଲୋକଙ୍କ ମତରେ ପ୍ରସ୍ତୁତ ହେବ ଓଡ଼ିଶା ଭିଜନ ୨୦୩୬-୨୦୪୭: ମନ୍ତ୍ରୀ

ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡାର ଭିତ୍ତି ଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା । ଜଳସ୍ତର କମୁଥିବାରୁ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବା....

Odisha Vision 2036-2047 will be prepared based on public opinion: Minister

Odisha Vision 2036-2047 will be prepared based on public opinion: Minister Photograph: (sambad.in)

ନବରଙ୍ଗପୁର: ସ୍ଥାନୀୟ ମିସନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଓଡିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସଭା ପରିଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାର  ଗେଜେଟିୟର ପ୍ରକାଶ ପାଇନାହିଁ ।

ଜିଲ୍ଲାର ବହୁ ଗବେଷକଙ୍କ ଗବେଷଣାକୁ ପ୍ରକାଶ କରିବା, ସହିଦମାନଙ୍କ ଗାଁରେ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କ ପ୍ରତି ପୂଜ୍ୟପୂଜା ଜ୍ଞାପନ କରିବାକୁ ବୁଦ୍ଧିଜୀବୀମାନେ ଅନୁରୋଧ କରିଥିଲେ। କୃଷି ଭିତ୍ତିକ ନବରଙ୍ଗପୁର ଜିଲ୍ଲାରେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ, ପଲିଟେକନିକ୍ କଲେଜକୁ ଇଞ୍ଜିନିୟରିଂ କଲେଜ କରିବା , ମେଡିକାଲ କଲେଜ, ବିଏଡ୍‌ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ସ୍ଥାପନ ଉପରେ ବୁଦ୍ଧିଜୀବୀମାନେ ମତ ଦେଇଥିଲେ। ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡାର ଭିତ୍ତି ଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା ।

ଜଳସ୍ତର କମୁଥିବାରୁ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବା । ଜିଲ୍ଲାରେ ମକା ଓ ଧାନ ଫସଲରେ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁ ମୃତ୍ତିକା ପରିବେଶ ନଷ୍ଟ ହେବା ଯୋଗୁ ଜୈବିକ ସାର ପଦ୍ଧତିକୁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ କହିଥିଲେ। ନବରଙ୍ଗପୁର ଜିଲ୍ଲାରେ ଇକୋ ପର୍ଯ୍ୟଟନର ବିକାଶ, ମାଛଚାଷ, ପ୍ରାକୃତିକ ଓ କୃତ୍ରିମ ବନ୍ୟା ନିୟନ୍ତ୍ରଣ ସହିତ ନଦୀ ପଠାରେ କୂଅ ମାଧ୍ୟମରେ ଉଠା ଜଳ ସେଚନ କରାଯିବାକୁ ଅନୁରୋଧ କରିଥିଲେ।  ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତଙ୍କ ସହଭାଗିତାରେ ବିକାଶ ହେବ ବୋଲି କହିଥିଲେ। ଜିଲ୍ଲାରେ ବିକାଶ ପାଇଁ ଭିତ୍ତିଭୂମି ରହିଛି ।

ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ  ବୋଲି କହିଥିଲେ। ପଛୁଆ ଜିଲ୍ଲାକୁ ଆଗୁଆ କରି ଜିଲ୍ଲାର ବିକାଶ ହିଁ ସରକାର ଚାହୁଁଛନ୍ତି । ଏଠାରେ ଦିଆଯାଇଥିବା ପ୍ରସ୍ତାବ ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ।

ଏହାକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ ଜେନା କହିଥିଲେ। ସାଂସଦ ବଳଭଦ୍ର ମାଝୀ ଯୋଗଦେଇ  ଭଦ୍ରାଚଳମ ଠାରୁ ମାଲକାନଗିରି ନବରଙ୍ଗପୁର ଦେଇ ଜୁନାଗଡ ପର୍ଯ୍ୟନ୍ତ ୪୬୦ କିମି ରେଳପଥ ହେବ। ନବରଙ୍ଗପୁରରେ ଇ-ଲାଇବ୍ରେରୀ ପାଇଁ  ୩ କୋଟି ଟଙ୍କାର ଅନୁଦାନ ମିଳିଥିବା ଏବଂ  ବ୍ୟାପକ ଜଳସେଚନ ପାଇଁ ଯୋଜନା ରହିଛି ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସବୁ ଘରେ ପୂର୍ବ ଭଳି  ଗାଈ ପାଳନ କରିବାକୁ ଓ  ଜୈବିକ ଚାଷରେ ଫସଲ ଉତ୍ପାଦନ ପାଇଁ ପରାମର୍ଶ ଦେଇଥିଲେ । ଝରିଗାଁ ବିଧାୟକ  ନରସିଂହ ଭତରା, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ବିଶ୍ଵଜିତ ବର୍ମନ୍, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ବୁଦ୍ଧିଜୀବୀ ବିଜୟ ମିଶ୍ର, ପ୍ରଦୀପ ମିଶ୍ର, ସିରାଜଉଦ୍ଦିନ୍ ଅହମ୍ମଦ, ବିଜୟ ଚୌଧୁରୀ, ଶ୍ରୀକାନ୍ତ ପଣ୍ଡା, ଅନନ୍ତ ପଣ୍ଡା ,ରାକେଶ ଗୁପ୍ତା, ନାରାୟଣ ପାତ୍ର, ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ଇଂ ଚନ୍ଦନା ମଲ୍ଲିକଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ କ୍ରୀଡାବିତ,ବୁଦ୍ଧିଜୀବୀ,ଅନୁଷ୍ଠାନ କର୍ମକର୍ତ୍ତା ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe