ଓଡ଼ିଶା ଜମିରେ ମାଲିକାନା ପ୍ରସଙ୍ଗ : ଛତିଶଗଡ଼କୁ ନପୂରାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଲା

Advertisment
ଓଡ଼ିଶା ଜମିରେ ମାଲିକାନା ପ୍ରସଙ୍ଗ : ଛତିଶଗଡ଼କୁ ନପୂରାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଲା

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତବର୍ତ୍ତୀ ନୂଆମାଲପଡ଼ା ଗ୍ରାମର ଗୋଚର ଜମିକୁ ଛତିଶଗଡ଼ ସରକାର ସେହି ରାଜ୍ୟର ଗରିଆବନ୍ଦ ତହସିଲ ବୁର୍ଜାବାହାଲ ଗ୍ରାମର ଜମିହୀନଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ବୁଧବାର ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ଟି. ଆପାଙ୍ଗ ଆଓ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ଏହି ଜମି କିଭଳି ନିଜର ବୋଲି ସାବ୍ୟସ୍ତ କରଯାଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଆଜି ରାଜସ୍ୱ କମିସନର୍‌ ବିବାଦୀୟ ଜମିର ପ୍ରଥମ ନିବନ୍ଧକରଣ କପି କଟକ କାର୍ଯ୍ୟାଳୟରୁ ଆଣି ଯଥାଶୀଘ୍ର ମାପକାର୍ଯ୍ୟ କରିବା ସହିତ ଖୁଣ୍ଟ ପୋତିବାକୁ ନିର୍ଦେଶ ଦେଇଥିଲେ। ଏହାସହିତ ସେଠାରେ ଓଡ଼ିଆ ଭାଷାରେ ସୀମାର ସାଇନ୍‌ବୋର୍ଡ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସୀମାନ୍ତବର୍ତ୍ତୀ ଓଡ଼ିଶାର ଅନେକ ଗ୍ରାମର ଲୋକ ଛତିଶଗଡ଼ ରାଜ୍ୟର ବଜାର ଉପରେ ନିର୍ଭର କରୁଥିବାରୁ ସେଠାରେ ଏକ ସାପ୍ତାହିକ ହାଟ ବସାଇବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଜି ତଦନ୍ତ ସମୟରେ ନୂଆପଡ଼ା ଜିଲ୍ଲାପାଳ ଡ. ପୋମା ଟୁଡୁ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe