Odisha Water Academy
ଭୁବନେଶ୍ବର : ୱାଟ୍କୋ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ୱାଟର ଏକାଡେମିର ନାମ ବଦଳି ଓଡ଼ିଶା ଅର୍ବାନ ଏକାଡେମି ହୋଇଛି। ପୂର୍ବରୁ ଏହା କେବଳ ଜଳ ସମ୍ବନ୍ଧୀୟ ଗବେଷଣା, ପରୀକ୍ଷା ଓ ତାଲିମ୍ ଆଦି ପାଇଁ ଥିବାବେଳେ ଏବେ ଏଠାରେ ନଗର ଉନ୍ନୟନ ବିଭାଗର ଅଧିକାରୀ, ସହରାଞ୍ଚଳର ନିର୍ବାଚିତ ପ୍ରତିନିଧି, ମହିଳା ଏସ୍ଏଚ୍ଜି, କିନ୍ନର, ଏସ୍ଡିଏ ଗ୍ରୁପ୍ ଆଦିକୁ ତାଲିମ୍ ଦିଆଯିବ। ଏହାସହ ଓଡ଼ିଶା ଅର୍ବାନ ଏକାଡେମି ଏଣିକି ସୁଡା ଅଧୀନରେ କାର୍ଯ୍ୟ କରିବ। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Follow Us