SkyMate Weather
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧୦ ଦିନ ବିଳମ୍ବରେ ରାଜ୍ୟରେ ପହଞ୍ଚି ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ମୌସୁମୀ ବର୍ଷା କରାଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରାଇବା ପୂର୍ବରୁ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଛି! ମୌସୁମୀ ବର୍ଷାକୁ ଚତାକ ପରି ଅନାଇ ରହିଥିବା ରାଜ୍ୟବାସୀ ଏବେ ଅସହ୍ୟ ଗୁଳୁଗୁଳିରେ ଡହଳ ବିକଳ ହେଉଥିବା ବେଳେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନହେବା ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନଥିବା କହିଛନ୍ତି ରାଜ୍ୟର ପାଣିପାଗ ବିଶାରଦମାନେ। ଏହି ସମୟ ମଧ୍ୟରେ ରାଜ୍ୟରେ ଯାହା ବି କିଛି ବର୍ଷା ହେବ ତାହା କାଳବୈଶାଖୀ ପ୍ରଭାବରୁ ହେବ ବୋଲି ସେମାନେ କହିଛନ୍ତି।
SkyMate Weatherଏ ପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି (ବୁଧବାର) ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଛି। କାଳବୈଶାଖୀ ସମୟରେ ଏହି ସବୁ ସ୍ଥାନରେ ବର୍ଷା ସହ ଝଡ଼ ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଥିବା ଦୃଷ୍ଟିରୁ ଏହି ସବୁ ଅଞ୍ଚଳର ଜନସାଧାରଣ କାଳବୈଶାଖୀ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Follow Us