ଓଡ଼ିଶା ବନ୍ୟପ୍ରାଣୀ କନ୍‌କ୍ଲେଭ: ‘ଜଙ୍ଗଲ, ଜୈବ ବିବିଧତା, ଜୀବଜନ୍ତୁଙ୍କ ସୁରକ୍ଷା ଜରୁରି’

Advertisment

ଜଳବାୟୁ ପରିବର୍ତ୍ତନ ହେଉ ଅଥବା ମଣିଷର ଅହଂକାର। ପ୍ରକୃତିର ସନ୍ତୁଳନରେ ପରିବର୍ତ୍ତନ କେବଳ ଯେ ଜୀବଜନ୍ତୁଙ୍କୁ ବିଲୋପ କରିବ ତାହା ନୁହେଁ। ବରଂ ମଣିଷ ସମାଜର ବହୁତ କ୍ଷତି ଘଟାଇବ।

ଜଳବାୟୁ ପରିବର୍ତ୍ତନ ହେଉ ଅଥବା ମଣିଷର ଅହଂକାର। ପ୍ରକୃତିର ସନ୍ତୁଳନରେ ପରିବର୍ତ୍ତନ କେବଳ ଯେ ଜୀବଜନ୍ତୁଙ୍କୁ ବିଲୋପ କରିବ ତାହା ନୁହେଁ। ବରଂ ମଣିଷ ସମାଜର ବହୁତ କ୍ଷତି ଘଟାଇବ।

hfbvg

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ହେଉ ଅଥବା ମଣିଷର ଅହଂକାର। ପ୍ରକୃତିର ସନ୍ତୁଳନରେ ପରିବର୍ତ୍ତନ କେବଳ ଯେ ଜୀବଜନ୍ତୁଙ୍କୁ ବିଲୋପ କରିବ ତାହା ନୁହେଁ। ବରଂ ମଣିଷ ସମାଜର ବହୁତ କ୍ଷତି ଘଟାଇବ। ଏବେ ଆମେ ପ୍ରଚଣ୍ଡ ଗ୍ରୀଷ୍ମର ସାମ୍ନା କରୁଛୁ। ୨୦୨୪ ମସିହା ବିଶ୍ବର ସବୁଠାରୁ ଗରମ ବର୍ଷ ରହିଥିଲା। ୨୦୨୫ରେ ମଧ୍ୟ ଗ୍ରୀଷ୍ମ ବଢ଼ିଲାଣି। ଏଭଳି ଜାରି ରହିଲେ ଆମେ ବିଶ୍ବରେ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ତାହାର ମୁକାବିଲା କରିବା ସହ ଆମ ଜଙ୍ଗଲ, ପରିବେଶ, ଜୈବ ବିବିଧତା, ବନ୍ୟଜନ୍ତୁଙ୍କ ସୁରକ୍ଷା ଏବେ ଅତ୍ୟନ୍ତ ଜରୁରି ହୋଇପଡ଼ିଛି ବୋଲି ଏଭର ଗ୍ରିନ୍ ଫୋରମ୍‌ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଦୁଇଦିନିଆ ଓଡ଼ିଶା ବନ୍ୟପ୍ରାଣୀ କନ୍‌କ୍ଲେଭକୁ ଉଦଘାଟନ କରି ସେଣ୍ଟ୍ରାଲ ଏମ୍ପାୱାର୍‌ କମିଟି(ସିଇସି) ଅଧ୍ୟକ୍ଷ ତଥା ଏନ୍‌ଜିଟିର ପୂର୍ବତନ ସଦସ୍ୟ ସିଦ୍ଧାନ୍ତ ଦାସ କହିଛନ୍ତି।

ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା ଯୋଗଦେଇ କହିଲେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗୁଆ ସୂଚନାର ବ୍ୟବସ୍ଥା ହୋଇଛି। ହାତୀ ଯେପରି ଜଙ୍ଗଲ ବାହାରକୁ ନ ଆସିବେ ସେଥିପାଇଁ ଗଜସାଥୀ ନି‌ୟୋଜିତ ରହିଛନ୍ତି। ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଗାଡ଼ି ମଧ୍ୟ ଗଠନ ହୋଇଛି। ପରିଣାମ ସ୍ବରୂପ ଶିକାର ଏବେ ବହୁ ମାତ୍ରାରେ କମିଛି। ଏଆଇ କ୍ୟାମେରା ମାଧ୍ୟମରେ ୨୦ କିମି ଜଙ୍ଗଲ ଅଞ୍ଚଳ ଉପରେ ନଜର ରଖାଯାଇ ପାରୁଛି। ଏକ ହଜାରରୁ ଅଧିକ ସ୍କ୍ବାଡ୍‌ ମୁତୟନ ହୋଇଛନ୍ତି। ପ୍ରତି ସ୍କ୍ବାଡ୍‌ରେ ୪ରୁ ୧୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯାଇ ୫୦୦୦ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ୧୦ ବର୍ଷ ମଧ୍ୟରେ ବାଘ ଓ ହାତୀଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇ ନାହିଁ। 

ଏଆଇ ସହ ହଜାରେ ସ୍କ୍ବାଡ୍‌ ଜଙ୍ଗଲ ଜଗୁଛନ୍ତି
ଚଞ୍ଚଳ ସର୍‌ଙ୍କୁ ଓଡ଼ିଶା ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଉପ ମହାନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର ଯୋଗଦେଇ ଖଣିଖନନ, ସହରୀକରଣ ବୃଦ୍ଧି ଦ୍ବାରା ବନ୍ୟଜନ୍ତୁଙ୍କ ବସସ୍ଥଳୀ ହ୍ରାସ ପାଉଥିବା ମତବ୍ୟକ୍ତ କରିଥିଲେ। ପିସିସିଏଫ୍‌ ସୁରେଶ ପନ୍ଥ, ଛତିଶଗଡ଼ର ଅତିରିକ୍ତ ପିସିସିଏଫ(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର, କେରଳର ପୂର୍ବତନ ପିସିସିଏଫ୍‌ ଅନିଲ ଭରଦ୍ୱାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଲୋକଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। କନ୍‌କ୍ଲେଭ ଅଧ୍ୟକ୍ଷ ଅନୁପ କୁମାର ନାୟକ ଅଧ୍ୟକ୍ଷତା କରିଥିଲା ବେଳେ ଫୋରମ୍‌ର ପ୍ରତିଷ୍ଠାତା ପ୍ରକାଶ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଦେଇଥିଲେ। ଆବାହକ ମିଲି ପ୍ରାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଞ୍ଚଳ କୁମାର ସର୍‌ଙ୍କୁ ଏକ ଲକ୍ଷ ଅର୍ଥରାଶି ସହ ଓଡ଼ିଶା ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ଏବଂ ଶିବ ପ୍ରସାଦ ପରିଡ଼ା, ପ୍ରକାଶ ଚନ୍ଦ୍ର ମର୍ଦରାଜ, ଅରବିନ୍ଦ ମାଝୀ ଓ କାର୍ତ୍ତିକ ଲେଙ୍କାକୁ ଓଡ଼ିଶା ବନ୍ୟପ୍ରାଣୀ ମିତ୍ର ସମ୍ମାନ ଦିଆଯାଇଥିଲା। କନ୍‌କ୍ଲେଭର ସ୍ମରଣିକା ଉନ୍ମୋଚନ ସହ ପ୍ରଥମ ଦିନରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ଧରି ଚାଲିବାକୁ ଥିବା ଏହି କନ୍‌କ୍ଲେଭରେ ବନ୍ୟଜନ୍ତୁ ପୁସ୍ତକ ମେଳା, ଫଟୋ, ଚିତ୍ରକଳା, ପୋଷ୍ଟର ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe