ରାଜ୍ୟ ଆଣିବ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା: ମନ୍ତ୍ରୀ

Advertisment
ରାଜ୍ୟ ଆଣିବ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା: ମନ୍ତ୍ରୀ

ଭୁବନେଶ୍ୱର : ୨୦୧୧ ଜନଗଣନା ତୁଳନାରେ ବର୍ତମାନର ଜନସଂଖ୍ୟା ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ୩୨ ଲକ୍ଷ ଅଧିକ ହିତାଧିକାରୀ ହେଲେଣି। କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାର ଆଗ୍ରହୀ ନୁହଁନ୍ତି। ଏଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି।

ଆଜି ଏଭଳି ସୂଚନା ଦେଇଛନ୍ତିି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ତାଙ୍କ କହିବାନୁସାରେ ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନରେ ପ୍ରାୟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ତାଲିକାଭୁକ୍ତ ହୋଇଛନ୍ତି। ୨୦୧୮ ସୁଦ୍ଧା ଆହୁରି ୩୨ ଲକ୍ଷ ଅଧିକ ହିତାଧିକାରୀ ସୃଷ୍ଟି ହେଲେଣି। ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗତ ମେ’ ମାସରେ ସେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶ୍ୱାଓ୍ଵାନଙ୍କୁ ଚିଠି ଲେଖିଥିଲେ। କିନ୍ତୁ ତାଙ୍କଠାରୁ ସାକାରାତ୍ମକ ଉତ୍ତର ମିଳିଲା ନାହିଁ। ଏଣୁ, ଆଗାମୀ ଦିନରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ସେହି ହିତାଧିକାରୀମାନଙ୍କୁ ଅଧିକାର ପ୍ରଦାନ ଦିଗରେ ଉଦ୍ୟମ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତିି। ତେବେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଅଭିଯୋଗ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe