୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Advertisment
୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୦୨୫ ମସିହା ସୁଦ୍ଧା ଓଡ଼ିଶା ଯକ୍ଷ୍ମା ମୁକ୍ତ ରାଜ୍ୟ ହେବ। ଖୁବ ଶୀଘ୍ର ରାଜ୍ୟର ସବୁ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ମଡ୍ୟୁଲାର ଡାଇଗୋନୋସିସ୍ ମେସିନ ଉପଲବ୍ଧ ହେବ। ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୦ଟି ମେସିନ କାମ କରୁଛି। ଯକ୍ଷ୍ମା ରୋଗ ଡିଟେକ୍ସନ, ଟ୍ରିଟ୍ ମେଣ୍ଟ, ପ୍ରିଭେଣ୍ଟ, ଆୱାରନେସ ଉପରେ ଗୁରୁତ୍ୱ ଦିଆଯାଉଛି। ଯକ୍ଷ୍ମା ଟେଷ୍ଟିଙ୍ଗ ମାଗଣାରେ କରାଯାଉଛି। ସେହିପରି ମାଗଣାରେ ଔଷଧ ଦିଆଯାଉଛି। ତେଣୁ ଯାହାଙ୍କର ଲକ୍ଷଣ ରହୁଛି, ତୁରନ୍ତ ଟେଷ୍ଟିଙ୍ଗ କରନ୍ତୁ। ଦୁଇ ସପ୍ତାହରୁ ଅଧିକ କାଶ ନଛାଡିବା, କଫ ହେବା, ଦୁର୍ବଳ ଲାଗିବା, ଥଣ୍ଡା ଜ୍ୱର ନଛାଡିବା, ଭୋକ ନଲାଗିବା ଏହାର ଲକ୍ଷଣ ବୋଲି ସେ କହିଛନ୍ତି।

ସୂଚନା‌େଯୋଗ୍ୟ, ପ୍ରତି ବର୍ଷ ରାଜ୍ୟରେ ଯକ୍ଷ୍ମା ରୋଗରେ ଶହଶହ ଲୋକଙ୍କର ମୃତ୍ୟୁ ହେଉଛି। କେବଳ ଭୁବନେଶ୍ବରରେ ୨୦୧୯ ମସିହାରେ ୧୫୦୪ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୧୩୭୭ଜଣ ରୋଗମୁକ୍ତ ହୋଇଥିବା ବେଳେ ୬୭ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ୨୦୨୦ରେ ଚିହ୍ନଟ ହୋଇଥିବା ୧୪୬୨ଜଣଙ୍କ ମଧ୍ୟରୁ ୧୩୩୦ଜଣ ଆରୋଗ୍ୟ ଲାଭ କରିଥିଲେ। ୫୩ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୧ରେ ଚିହ୍ନଟ ହୋଇଥିବା ୧୯୪୭ଜଣଙ୍କ ମଧ୍ୟରୁ ୧୬୬୬ଜଣ ରୋଗମୁକ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe