ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ବର୍ଷରେ ଖର୍ଚ୍ଚ ହେବ ୬,୧୪୩ କୋଟି

ଓଡ଼ିଶାକୁ ମିଳିବ ୨୧୮କୋଟି: ଧର୍ମେନ୍ଦ୍ର

ଆଇନାରେ ୨୦୨୧: ଉତ୍ଥାନ ପତନ ମଧ୍ୟରେ ୨୦୨୧ର ଶିକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ପଞ୍ଚଦଶ ଅର୍ଥ କମିସନର ସୁପାରିସ ଅନୁସାରେ ଅନଲାଇନ୍‌ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷରେ ୬,୧୪୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଓଡ଼ିଶା ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରି କଲେଜ ସ୍ଥାପନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ କହିଛନ୍ତି।

ସଂସଦରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗର ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷା ଉପରେ ରାଷ୍ଟ୍ରୀୟ ଅଭିଯାନ (ଏନ୍‌ଏମ୍‌ଇଆଇସିଟି) ଦ୍ୱାରା ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ଆଧାରିତ ଶିକ୍ଷା ଉପଲବ୍ଧ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୟମ୍‌, ସ୍ୱୟମ୍ ପ୍ରଭା, ଏନ୍‌ଡିଏଲ, ଭର୍ଚୁଆଲ ଲ୍ୟାବ୍‌, ଇ-ଯନ୍ତ୍ର, ଫୋସେସ୍‌, ଇ-ଏସ୍‌ଏସ୍‌, ସୋଦ୍ଧ-ସୁଦ୍ଧି, ଇଆରପି(ସମର୍ଥ) ଭଳି ଡିଜିଟାଲ ପଦକ୍ଷେପ ନିଆଯାଇଛି। ସ୍ୱୟମ୍ ମାଧ୍ୟମରେ ଗୁଣାତ୍ମକ ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଛି। ଏହାବ୍ୟତୀତ ଆଂଚଳିକ ଭାଷାରେ ଅନଲାଇନ କୋର୍ସ ମୁକ୍ସ୍‌, ଡିଜିଟାଲ କ୍ଲାସରୁମର ବ୍ୟବସ୍ଥା କରିବା ସହ ୨୫ ଲକ୍ଷ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଲାପ୍‌ଟପ୍ ବ୍ୟବସ୍ଥା କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଏବଂ ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । କୋଭିଡ୍ ଯୋଗୁଁ ଯେପରି ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହେବନି ଏବଂ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ବର୍ଷ ମେ ୧୭ ତାରିଖରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ଯୋଜନା ଆରମ୍ଭ କରାଯାଇଛି । ଶିକ୍ଷା କ୍ଷେତ୍ରରେ ପରିଗଣିତ ପଛୁଆ ଜିଲ୍ଲାକୁ ୧୯୪ଟି ଆଦର୍ଶ ଡିଗ୍ରି କଲେଜକୁ ମଞ୍ଜୁରି ଦିଆଯାଇଥିବା ବେଳେ ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରି କଲେଜ ସ୍ଥାପନ ପାଇଁ ଅନୁମୋଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe