କରୋନା ଲଢ଼େଇରେ ଓଡ଼ିଶା ଜିତିବ: ପ୍ରଫେସର ଗଣେଶୀ ଲାଲ୍‌

Advertisment

ଆମ୍ବେଦକର ଜୟନ୍ତୀରେ ରାଜ୍ୟପାଳଙ୍କ ଭିଡିଓ ବାର୍ତ୍ତା, ସମସ୍ତ କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା

ଆମ୍ବେଦକର ଜୟନ୍ତୀରେ ରାଜ୍ୟପାଳଙ୍କ ଭିଡିଓ ବାର୍ତ୍ତା, ସମସ୍ତ କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା

ଦିନକ ପାଇଁ ଶପଥଗ୍ରହଣ ଚର୍ଚ୍ଚା ବଢ଼ିଲା; ରାଜ୍ୟପାଳ ଆସିଲେ, ଆଜି ପୁଣି ହରିଆନା ଫେରିଯିବେ

Facebook

ଭୁବନେଶ୍ବର: ଏ ଉତ୍କଳ ଭୂମି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ପୀଠସ୍ଥଳୀ। କୋଟି କୋଟି ଉତ୍କଳ ସନ୍ତାନଙ୍କ ଉପରେ ମହାପ୍ରଭୁଙ୍କର ଅପାର କରୁଣା ରହିଛି। ମାନବାଜାତି ପ୍ରତି ଆହ୍ବାନ ସୃଷ୍ଟି କରିଥିବା ମହାମାରୀ କରୋନା ଲଢ଼େଇରେ ଓଡ଼ିଶା ନିଶ୍ଚୟ ବିଜୟ ହାସଲ କରିବ। ଆଜି ଭାରତର ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ପୁଣ୍ୟାତ୍ମା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ତିଥିରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏପରି କାମନା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ଏକ ଭିଡିଓ ବାର୍ତ୍ତା ଜାରି ଫେସର ଲାଲ୍‌ କହିଥିଲେ, ବାବା ସାହେବ ଆମ୍ବେଦକରଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ଆମେ ଆଜି ସ୍ବାଧୀନ ଗଣତନ୍ତ୍ର ରାଷ୍ଟ୍ରରେ ବଞ୍ଚିବାର ଅଧିକାର ପାଇଛୁ। ଏ ରାଜ୍ୟବାସୀଙ୍କ ତରଫରୁ ସେହି ମହାପୁରୁଷଙ୍କ ସଂକଳ୍ପ ଓ ନିଷ୍ଠାକୁ ଶତ ଶତ ପ୍ରଣାମ। ଆଜି ସାରା ବିଶ୍ବରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହା ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ରାଜ୍ୟବାସୀଙ୍କୁ ଏହି ମହାମାରୀ ପ୍ରକୋପରୁ ସୁରକ୍ଷା ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚିତ୍‌ ସମୟରେ ଉଚିତ୍‌ ପଦକ୍ଷେପ ନେଇଛନ୍ତି। ଯାହାକି ସଫଳତା ଆଡ଼କୁ ଅଗ୍ରସର ହେଉଛି। ସାଧାରଣ ଲୋକମାନେ ମଧ୍ୟ ଓଡ଼ିଶା ସରକାରଙ୍କ ଏହି ଉଦ୍ୟମକୁ ସମର୍ଥନ କରିଛନ୍ତି। ତାଲାବନ୍ଦ ସମୟରେ ଗରିବ ଓ ଅସହାୟମାନଙ୍କ ପାଇଁ ଅନେକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟର ହାତ ବଢ଼ାଇଛନ୍ତି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରି ସୁସ୍ଥ କରିବାରେ ଏ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଯେପରି ସଫଳ ପ୍ରୟାସ ଜାରି ରଖିଛନ୍ତି, ସେଥିପାଇଁ ସେମାନଙ୍କର ଅବଦାନ ପ୍ରଶଂସନୀୟ। ବିଶେଷକରି ଏଭଳି ସମୟରେ ରାସ୍ତା ଘାଟ ସଫା କରୁଥିବା ସଫେଇ କର୍ମଚାରୀ, ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଭୂମିକା ଅତୁଳନୀୟ। ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ଏବଂ ସେମାନଙ୍କର ପ୍ରତିନିଧିମାନେ ଯେପରି ନିଷ୍ଠା ଓ ସଂଯମତାର ସହ କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଚାଲିଛନ୍ତି ତା ମଧ୍ୟ କିଛି କମ୍‌ କଥା ନୁହେଁ। ଏପରି ମହାମାରୀ ବିରୋଧରେ ମାନବଜାତି ନିଶ୍ଚିତ ସଫଳତା ପାଇବ। ଆଉ ଓଡ଼ିଶା ଏହି ସଂଗ୍ରାମରେ ଅଗ୍ରଣୀ ଭୂମିକାରେ ରହିବ ବୋଲି ରାଜ୍ୟପାଳ ପ୍ରଫେସର୍‌ ଲାଲ୍‌ ଆଶା ପ୍ରକଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe