ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପ୍ରଶଂସାପତ୍ର, ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲା ଓଡ଼ିଶା

Advertisment
କୃଷି କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ, ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ କୃଷି ମନ୍ତ୍ରୀ

Photo: Twitter

ଭୁବନେଶ୍ବର : କୃଷି କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ୨୦୧୬-୧୭ରେ ‘ସମୂହ ଖାଦ୍ୟଶସ୍ୟ ଉତ୍ପାଦନ’ରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ପ୍ରଶଂସା ପତ୍ର ମିଳିଛି। ଆଜି ବେଙ୍ଗାଲୁରୁଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ବାବଦକୁ ଏକ ଟ୍ରଫି ସହ ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିସନର୍‌ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର ମଧ୍ୟ ଉପସ୍ଥିତ ଥିଲେ।

ପୁରସ୍କାର ପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁବେଳେ କୃଷି ଓ କୃଷକଙ୍କ ବିକାଶକୁ ଗୁରୁତ୍ବ ଦେଇଛନ୍ତି। କୃଷି ପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରାଯାଉଛି। ୨୦୨୦ରେ ନୂଆ କୃଷି ନୀତି ‘ସମୃଦ୍ଧି-୨୦୨୦’ ପ୍ରଣୟନ କରାଯାଇଛି। ଏଥିରେ ବଜାର ସଂଯୋଗ, ଅଧିକ ଶସ୍ୟ ଉତ୍ପାଦନ, କୃଷିର ବିକାଶ ଓ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବିଜ୍ଞାନ ଓ କାରୀଗରି କୌଶଳର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ଆଗାମୀ ଦିନରେ ଓଡ଼ିଶା ସମୂହ ଖାଦ୍ୟଶସ୍ୟ ଉତ୍ପାଦନରେ ଆହୁରି ସଫଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe