ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ସବୁ ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Advertisment

ଉତ୍ତର ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ସବୁ ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବିଜୁଳି ମାରୁଥିବା ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନ କରିବାକୁ ବି କୁହାଯାଇଛି।

publive-image

ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଢ଼େଙ୍କାନାଳ,ଅନୁଗୁଳ,ନୟାଗଡ଼,ଖୋର୍ଦ୍ଧା,ଗଞ୍ଜାମ,କେନ୍ଦ୍ରାପଡ଼ା,ଜଗତସିଂହପୁର ଓ କନ୍ଧମାଳ ଆଦି ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇପାରେ। ଏହି କ୍ରମରେ ସୋନପୁରରେ ସର୍ବାଧିକ ତାପମାତ୍ର ୪୧.୨ଡିଗ୍ରୀ ଥିବା ବେଳେ ବାଲେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ର ୧୯.୫ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

publive-image

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ପ୍ରାୟ ୩ଘଣ୍ଟା ଧରି ଜାରି ରହିଥିଲା କାଳବୈଶାଖୀର ତାଣ୍ଡବ । ବିଜୁଳି, ଘଡଘଡି ସାଙ୍ଗକୁ ବର୍ଷା ହେବା ସହ ୫୦ରୁ ୬୦କିମି ବେଗରେ ମଧ୍ୟ ବହିଥିଲା । ଫଳରେ ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଅସ୍ତରଙ୍ଗ-କାକଟପୁର ରାସ୍ତାର ଦହିଖିଆ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଯ ଅନେକ ସ୍ଥାନରେ ବିଦ୍ୟୁତ ଖୁଂଟ ମଧ୍ୟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି । ଆଜି ମଧ୍ୟ ଆକାଶ ମେଘାଛନ୍ନ ରହିବା ସହ ପବନ ବହିବା ଜାରି ରହିଛି । ତୁହାକୁ ତୁହା ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ଯାଇଛି। ଅଦିନିଆ ବର୍ଷା ଯୋଗୁଁ କଟକ ଜିଲ୍ଲା ବାଙ୍କିର ପରିବା ଫସଲରେ ମଧ୍ୟ ପାଣି ପଶିଯାଇଛି । ଫଳରେ ଏବେ ଫସଲ ପଚିଯିବାର ଆଶଙ୍କା କରି ଚିନ୍ତାରେ ପଡିଛି ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe