ଓଡିଶା ମହିଳା କ୍ରିକେଟ୍ ଟ୍ବେଣ୍ଟି ଟ୍ବେଣ୍ଟି ଲିଗରେ ସ୍ଥାନ ପାଇଲେ ଦୁଇ ଜୟପୁରିଆ

Advertisment

ଅମ୍ପାୟର- ଅସିତ ପଟ୍ଟନାୟକ, ଖେଳାଳି- ପ୍ରିୟଙ୍କା ବର୍ମା

ଅମ୍ପାୟର- ଅସିତ ପଟ୍ଟନାୟକ, ଖେଳାଳି- ପ୍ରିୟଙ୍କା ବର୍ମା

ଓଡିଶା ମହିଳା କ୍ରିକେଟ୍ ଟ୍ବେଣ୍ଟି ଟ୍ବେଣ୍ଟି ଲିଗରେ ସ୍ଥାନ ପାଇଲେ ଦୁଇ ଜୟପୁରିଆ

ଜୟପୁର: ଓଡିଶା କ୍ରିକେଟ ଆସୋସିଏସନ୍ ଦ୍ବାରା ଆୟୋଜିତ ହେବାକୁ ଥିବା ‘ବାଇଜୁ ଓଡିଶା ମହିଳା କ୍ରିକେଟ ଟ୍ବେଣ୍ଟି ଟ୍ବେଣ୍ଟି ଲିଗ୍ ୨୦୨୨ରେ ୨ଜଣ ଜୟପୁରରୁ ମନୋନୀତ ହୋଇଥିବା ସୂଚନା ମିଳିଛି। ଖେଳ ପରିଚାଳନା କରିବା ପାଇଁ ଆମ୍ପାୟାର ଭାବେ ବିସିସିଆଇ ଲେଭଲ -୧ ଆମ୍ପାୟର ଅସିତ ପଟ୍ଟନାୟକ ଓ ମହିଳା ଲିଗ୍ ଦଳରେ ପ୍ରିୟଙ୍କା ବର୍ମା ସ୍ଥାନ ପାଇଛନ୍ତି। କଟକର ଡ୍ରିମସ୍ ଖେଳ ପଡ଼ିଆ ଠାରେ ଆସନ୍ତାକାଲି ଠାରୁ ଏହି ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଶ୍ରୀ ପଟ୍ଟନାୟକ ଜିଲ୍ଲାର ବରିଷ୍ଠ କ୍ରୀଡାବିତ୍ ଭାବେ  ରଣଜୀ କପ ସହ ବହୁ ଟୁର୍ନାମେଣ୍ଟରେ ଭାଗ ନେଇ ଜିଲ୍ଲାର ନାଁକୁ ଗୌରାବାନ୍ବିତ କରିଥିଲେ। ଆମ୍ପାୟାର ଭାବେ ଓଡିଶା ପ୍ରିମିୟର ଲିଗ୍ , ସର୍ବଭାରତ ସ୍ତରରେ  ଆଇନଜୀବୀ , ଫରେଷ୍ଟ, ପୋଷ୍ଟାଲ, ଛତିଶଗଡ ପ୍ରିମିୟର ଲିଗ, ରାୟପୁର ପ୍ରିମିୟର ଲିଗ, ଆଲ୍ ଇଣ୍ଡିଆ ମାଇନିଂ କଫ ସହ ଓଡିଶା କ୍ରିକେଟ ଆସୋସିଏସନ୍ ଆୟୋଜିତ କରି ଆସୁଥିବା ସବୁ ପ୍ରତିଯୋଗିତାରେ ସେ ଆମ୍ପାୟର ଭାବେ ଖେଳ ପରିଚାଳନା କରି ଆସୁଛନ୍ତି। ଗତ କିଛି ମାସ ତଳେ ଜୟପୁରରେ ଆୟୋଜିତ ଜୟପୁର ପ୍ରିମିୟର ଲିଗରେ ମଧ୍ୟରେ ବୈଷୟିକ ପରାମର୍ଶଦାତା ସହ ଆମ୍ପାୟର ଭାବେ ଖେଳ ପରିଚାଳନା କରିଥିଲେ।

ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ପକ୍ଷରୁ ପ୍ରିୟଙ୍କା ବର୍ମା ରାଜ୍ୟ ଚୟନରେ ଭାଗ ନେଇ ଉତ୍ତମ ଖେଳ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ଲିଗରେ ତାଙ୍କୁ କ୍ରୀଡାବିତ୍ ଭାବେ ସ୍ଥାନ ଦେବାକୁ ବାଧ୍ୟ କରାଇଥିଲେ। ଜୟପୁର ପ୍ରିମିୟର ଲିଗରେ ସେ ଜୟପୁର ରୟଲ୍ ଦଳର କ୍ରୀଡାବିତ୍ ଭାବେ ନିଜର କ୍ରୀଡା ନୈପୁଣ୍ୟତାକୁ ପ୍ରଦର୍ଶନ କରିଥିଲେ। ଉଭୟଙ୍କୁ ଚୟନ କରାଯାଇଥିବାରୁ ଉଭୟଙ୍କୁ ଜିଲ୍ଲା କ୍ରୀଡା ସଂଘର ସଂପାଦକ ଅନୁପ ପାତ୍ର, ଉପଖଣ୍ଡ କ୍ରୀଡା ସଂପାଦକ ରବି ନାୟକ, ବରିଷ୍ଠ କ୍ରିକେଟିୟାର ବାବୁଲା ରାଉତ, ସୁବାସ ପାଇକରାୟ, ବାପି ପରିଡ଼ା, କାର୍ତ୍ତିକ ରାଉତ, ଜି.କୋଟେଶ୍ବର ରାଓ, ମୁକେଶ ବର୍ମା ପ୍ରମୁଖ ଶୁଭେଚ୍ଛା ଞାପନ କରିଛନ୍ତି। ପ୍ରଥମ ଥର ପ୍ରିୟଙ୍କା ରାଜ୍ୟସ୍ତରରେ ଖେଳୁଥିବାରୁ ସେ ଉତ୍ତମ ଖେଳ ପ୍ରଦର୍ଶନ କରି ନିଜ ନାଁ ରଖିବା ସହ ଜିଲ୍ଲାକୁ ଗୌରାବାନ୍ବିତ କରିବେ ବୋଲି ଏମାନେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe