‘ସମ୍ବାଦ’ ପକ୍ଷରୁ ଯୋଗ ସଚେତନତା କାର୍ଯ୍ୟକ୍ରମ ‘ଓଡ଼ିଶା ଯୋଗାଥନ୍‌’ ଅନୁଷ୍ଠିତ

Advertisment
‘ସମ୍ବାଦ’ ପକ୍ଷରୁ ଯୋଗ ସଚେତନତା କାର୍ଯ୍ୟକ୍ରମ ‘ଓଡ଼ିଶା ଯୋଗାଥନ୍‌’ ଅନୁଷ୍ଠିତ

ଭୁବନେଶ୍ୱର : ଆଜିର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ଫିଟ୍‌ ରଖିବା ପାଇଁ ଯୋଗାଭ୍ୟାସ ଜରୁରୀ ହୋଇପଡ଼ିଛି। ଯୋଗର ଉପକାରିତା ସଂପର୍କ‌ରେ ଜନସଚେତନତା ଜାଗରଣ କରିବା ଉଦ୍ଦେଶ୍ୟରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ଓଡ଼ିଶା ଯୋଗାଥନ୍‌’ କାର୍ଯ୍ୟକ୍ରମ। ରବିବାର ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ସମ୍ବାଦ’ର ସଂପାଦକ ତଥା ‘ସମ୍ବାଦ’ ଗ୍ରୁପ୍‌ର  ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ଯୋଗଗୁରୁ ସ୍ବାମୀ ଭଗବତାନନ୍ଦ ସରସ୍ବତୀ, ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ ଏବଂ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି ଯୋଗାଥନର ଉଦଘାଟନ କରିଥିଲେ। ଯୋଗାଭ୍ୟାସ ଦ୍ବାରା ମଣିଷ ତା’ର ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିପାରିବ । ଏହି କାର୍ଯ୍ୟକ୍ରମରେ ବହୁ ଆଗ୍ରହୀ ଏକାଠି ହୋଇଛନ୍ତି ଓ ପ୍ରତି ବ୍ୟକ୍ତିର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ‘ସମ୍ବାଦ’ ଏଭଳି ପ୍ରୟାସ କରିଛି  ବୋଲି ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମତ ରଖିଥିଲେ।

publive-image

ଏହାପରେ ବହୁ ଅଭିଜ୍ଞ ଯୋଗପ୍ରଶିକ୍ଷକଙ୍କ ତତ୍ତ୍ବବଧାନରେ ଓଁ ଧ୍ବନି ଉଚ୍ଚାରଣ,  ସୂର୍ଯ୍ୟନମସ୍କାର, ଧ୍ୟାନ ଓ ଭକ୍ତିଯୋଗ ଅଭ୍ୟାସ  କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବହୁସଂଖ୍ୟାରେ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଆଗ୍ରହୀ ଯୋଗପ୍ରେମୀ ଭୋର୍‌ ୫ଟାରେ ଷ୍ଟାଡିୟମ୍‌‌‌ରେ ପହଞ୍ଚି ନିଜ ନାମ ପଞ୍ଜୀକରଣ କରିବା ସହ ଯୋଗାଭ୍ୟାସ କରିଥିଲେ। ଏହା ହେଉଛି ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ଓଡ଼ିଶା ଯୋଗାଥନ୍‌’ର ଦ୍ବିତୀୟ ସଂସ୍କରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe