ଓଡ଼ିଶାର ସ୍ବାର୍ଥ ବିରୋଧୀ ପ୍ରକଳ୍ପକୁ ଜୋର୍‌ଦାର ବିରୋଧ କରାଯିବ: ମୁଖ୍ୟମନ୍ତ୍ରୀ

ବିବାଦୀୟ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନବୀନ ସରକାରର ଗୁମର ଖୋଲିଲେ ମୋହନ: ମାଳ ମାଳ ଯୋଜନା, ପାହୁଲାଏ ଦିଆଯାଇନି

ଭୁବନେଶ୍ବର: ମହାନଦୀରେ ଛତିଶଗଡ଼ ସରକାର ବିଭିନ୍ନ ବ୍ୟାରେଜ୍ ପ୍ରକଳ୍ପ କରୁଥିବା ବେଳେ ବଂଶଧାରାରେ ଗୋଦାବରୀ ନଦୀରେ ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଜାରି ରହିଛି। ପୂର୍ବରୁ ବିଜେଡି ସରକାର ଏହାକୁ ବିରୋଧ କରୁଥିଲେ ବି ଏଥିରେ ସେତିକି ଜୋର୍ ନଥିବାରୁ ଏହା ସଫଳ ହେଉନଥିଲା। ତେଣୁ ରାଜ୍ୟରେ ବିଜେପି ପ୍ରଥମକରି ଏକାକୀ ସରକାର ଗଠନ କରିବା ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ‌ତାହା ଉପରେ ସମସ୍ତଙ୍କ ନଜର ଥିଲା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସହିତ ଜଡ଼ିତ ଥିବା ବିଭିନ୍ନ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ପରେ ସିଧାସିଧା କହିଛନ୍ତି ଯେ ଆମ ପାଇଁ ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାର ସ୍ବାର୍ଥ ବିରୋଧୀ, ଓଡ଼ିଶାବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡ଼ିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ ବିରୋଧ କରାଯିବ।

ଛତିଶଗଡ଼ରେ ବିଜେପି ସରକାର, ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସରକାର ଚାଲିଥିଲେ ବି ଓଡ଼ିଶା ସ୍ବାର୍ଥକୁ ବାଦ୍‌ ଦିଆଯିବନି ବୋଲି ମୁଖ୍ୟମନ୍ତ୍ରୀ ଶୁଣାଇଦେଇଛନ୍ତି। ହେଲେ ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁ‌େରଶ ପୂଜାରୀ ମହାନଦୀ ଜଳବିବାଦ ପ୍ରସଙ୍ଗରେ କୋର୍ଟ ବାହାରେ ଆଲୋଚନା କରାଯିବା ନେଇ କହିଥିଲେ ହେଁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି। ଏପରିକି ମହାନଦୀ ପ୍ରସଙ୍ଗରେ ବିରୋଧୀ ବିଜେଡି ଟ୍ରିପଲ ଇଞ୍ଜିନ ସରକାରରେ ଏହାର ସମାଧାନ କରାଯାଉ ବୋଲି କହିଥିଲେ ହେଁ ଆଜିର ବୈଠକରେ ସହମତି ଭିତ୍ତିରେ ଛତିଶଗଡ଼ ସହ କିପରି ଓ କେଉଁଠି ଆଲୋଚନା ହେବ ସେନେଇ ବି କିଛି ସ୍ପଷ୍ଟ ସୂଚନା ମିଳିନି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସହ ଜଡ଼ିତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ। ଏଥିରେ ମହାନଦୀ, ବଂଶଧାରା, ପୋଲାଭରମ ଆଦି ଆନ୍ତଃ ରାଜ୍ୟ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା। ଉନ୍ନୟନ କମିସନର ତଥା ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସହିତ ସଂପୃକ୍ତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ପ୍ରକଳ୍ପଗୁଡ଼ିକ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe