ଆମେରିକାର ବଡ଼ ପଦରେ ଓଡ଼ିଶାର ବୋହୂ

Advertisment
ଆମେରିକାର ବଡ଼ ପଦରେ ଓଡ଼ିଶାର ବୋହୂ

ଭୁବନେଶ୍ବର: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାସନାଲ୍‌ ଡେଭେଲପ୍‌ମେଣ୍ଟ୍‌ ଫାଇନାନ୍ସ କଂପାନିର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ସେଥିପାଇଁ ସେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ। ନିଶା ଗୁଜରାଟର ଝିଅ ହୋଇଥିବା ବେଳେ ‌ଓଡ଼ିଆ ପୁଅ ସୁବ୍ରତ ବିଶ୍ବାଳକୁ ବିବାହ କରିଛନ୍ତି। ସୁବ୍ରତଙ୍କ ଘର ହେଉଛି ଅନୁଗୁଳରେ। ତେବେ ସେମାନେ ଆମେରିକାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ତାଙ୍କ ପରିବାରର ଅନେକ ସଦସ୍ୟ ଏବେବି ଭୁବନେଶ୍ବରରେ ରହୁଛନ୍ତି। କିଛି ବର୍ଷ ପୂର୍ବେ ନିଶା ତାଙ୍କ ସ୍ବାମୀ, ଦୁଇ ଝିଅ ଓ ଶାଶୂ ଶଶୁରଙ୍କ ସହ ଭୁବନେଶ୍ବର ଆସିଥିଲେ। ତାହା ଥିଲା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଅମଳରେ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ସେ ଆସିଷ୍ଟାଣ୍ଟ୍‌ ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ଭାବେ କାର୍ଯ୍ୟ କରିଥିଲେ। ଆମେରିକାର ବୈଦେଶିକ ନୀତି ଉପରେ କାର୍ଯ୍ୟ କରିବାର ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି। ବର୍ତ୍ତମାନ ସେ ୟୁଏସ୍‌ ଚାମ୍ବର ଅଫ୍‌ କମର୍ସର ଉପସଭାପତି (ଆନ୍ତର୍ଜାତିକ ରଣନୀତି) ଭାବେ କାର୍ଯ୍ୟ କରୁଛନ୍ତି। ସେ ଆମେରିକା ଭାରତ ବ୍ୟବସାୟ ପରିଷଦ ଓ ଆମେରିକା ବାଂଲାଦେଶ ବ୍ୟବସାୟ ପରିଷଦର ଦେଖାଶୁଣା କରୁଛନ୍ତି। ୨୦୧୩-୧୭ ପର୍ଯ୍ୟନ୍ତ ‌ସେ ଆମେରିକା ଗୃହ ବିଭାଗର ଆସିଷ୍ଟାଣ୍ଟ୍‌ ସେକ୍ରେଟାରି ଭାବେ କାମ କରିଥିଲେ। ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାଜ୍‌ର ସେ ସଦସ୍ୟା ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe