ସ୍ମାର୍ଟସିଟିରେ ରୋବର୍ଟ ରେଷ୍ଟୁରାଣ୍ଟ୍‌: ବରାଦ ନେବେ ‘ଚମ୍ପା’ଓ ‘ଚମେଲି’, ପଚାରିବେ ‘ଆପଣ ମାନେ ଖୁସି ତ?’

Advertisment
ସ୍ମାର୍ଟସିଟିରେ ରୋବର୍ଟ ରେଷ୍ଟୁରାଣ୍ଟ୍‌: ବରାଦ ନେବେ ‘ଚମ୍ପା’ଓ ‘ଚମେଲି’, ପଚାରିବେ ‘ଆପଣ ମାନେ ଖୁସି ତ?’

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ, ଏଣିବି ଏହି ରେଷ୍ଟୁରାଣ୍ଟ୍‌ରେ ପରିଚାରିକାଙ୍କ ବଦଳରେ ଖାଦ୍ୟ ବରାଦ ଗ୍ରହଣ କରିବାରୁ ନେଇ ପରଷିବା ପର୍ଯ୍ୟନ୍ତ ସମସ୍ତ କାମ କରିବ ରୋବର୍ଟ। ଭୁବନେଶ୍ୱରର ଇନ୍‌ଫୋସିଟି ଡିଏଲ୍‌ଏଫ୍‌ ଟାଓ୍ଵାର ଅଞ୍ଚଳରେ ଖେଲିଥିବା ଏହି ‘ରୋବୋ ସେଫ୍‌ ରେଷ୍ଟୁରାଣ୍ଟ୍‌’ରେ ବର୍ତ୍ତମାନ ପାଇଁ ଦୁଇଟି ରୋବର୍ଟ ଗ୍ରାହକଙ୍କ ପାଇଁ ରଖାଯାଇଛି। ଗ୍ରାହକଙ୍କ ଦାୟିତ୍ୱ ନେବା ପାଇଁ ରହିଥିବା ଦୁଇ ରୋବର୍ଟଙ୍କ ନାମ ହେଉଛି ‘ଚମ୍ପା’ ଓ ‘ଚମେଲି’।

publive-image

ଏହି ରେଷ୍ଟୁରାଣ୍ଟ୍‌ର ମାଲିକ କୁହନ୍ତି, ‘ମୁଁ ଆମେରିକା ଯାଇଥିବା ବେଳେ ସେଠାକାର ରେଷ୍ଟୁରାଣ୍ଟ୍‌ରେ ରୋବର୍ଟମାନେ ଦେଉଥିବା ସେବା ମୋତେ ପ୍ରେରଣା ଦେଇଥିଲା। ମୁଁ ସେପରି ସେବା ଭୁବନେଶ୍ୱରରେ ଦେବାକୁ ଚାହୁଁଥିଲି। ପୂର୍ବ ଭାରତରେ ଏପରି ରେଷ୍ଟୁରାଣ୍ଟ୍‌ ପ୍ରଥମ। ଯଦିଓ ବେଙ୍ଗାଲୁର, ଚେନ୍ନାଇରେ ଅନେକ ରେଷ୍ଟୁରାଣ୍ଟ୍‌ରେ ରୋବର୍ଟ ଦେଖିବାକୁ ମିଳୁଛି। ମାତ୍ର ସେ ରୋବର୍ଟଗୁଡ଼ିକ ଚୀନର। ମାତ୍ର ଆମ ରୋବର୍ଟ ପୂରାପୂରି ଭାବେ ଭାରତ ନିର୍ମିତ।

publive-image

ଏହି ରୋବର୍ଟ ସ୍ୱୟଂଚାଳିତ। ନିର୍ଦ୍ଦେଶକ୍ରମେ ନିଜେ ନିଜେ ଗ୍ରାହକଙ୍କ କଥା ବୁଝିବ। ‘ସଟ୍‌ ଫର୍‌ ସାଇମଲ୍‌ଟାନିୟସ୍‌ ଲୋକାଲାଇଜେସନ୍‌ ଆଣ୍ଡ୍‌ ମ୍ୟାପିଂ’ କୌଶଳରେ ଏହି ରୋବର୍ଟରୁ ତିଆରି କରାଯାଇଛି। ଏଥିରେ ୭ ପ୍ରକାରର ସେନ୍‌ସର୍‌ ଅଛି। ପରିବେଶ, ଗରମ, ଧୂଆଁ ଓ ମଣିଷ ଚିହ୍ନିବା ସହ ଲୋକଙ୍କୁ ଅଭିବାଦନ ବି ଦେଇପାରିବ। ସବୁଠାରୁ ମଜା କଥା ହେଉଛି ‘ଚମ୍ପା’ ଓ ‘ଚମେଲି’ ଖାଦ୍ୟ ପରଷିବା ପରେ ଗ୍ରାହକମାନଙ୍କୁ ପଚାରିବେ ‘ଆପଣମାନେ ଖୁସି ତ?’

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe