ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ପାଇଁ ମିଳିଲା ଏମସିଆଇର ଅନୁମତି, ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

Advertisment
ନିତି ଆୟୋଗ ହେଲଥ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାର ଖରାପ ପ୍ରଦର୍ଶନ ନେଇ ମତ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ: ଖୁବ୍‌ ଶୀଘ୍ର ଘୋଷଣା ହେବ ନୂତନ ସ୍ୱାସ୍ଥ୍ୟ ନୀତି

youtube.com

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ଅନୁମତି ମିଳିଛି । ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ବ୍ୟାଚରେ ପାଠ ପଢୁଛନ୍ତି। ଏମସିଆଇ ପକ୍ଷରୁ ଆଜି ଏହି ଅନୁମତି ମିଳିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ତୃତୀୟ ବ୍ୟାଚ୍ ପାଇଁ ନାମଲେଖା ଅନୁମତି ପାଇଥିବାବେଳେ ବାଲେଶ୍ୱର ସ୍ଥିତ ଫକୀରମୋହନ ମେଡିକାଲ କଲେଜକୁ ଦ୍ୱିତୀୟ ବ୍ୟାଚ୍ ଲାଗି ଅନୁମତି ମିଳିଛି। ସେହିଭଳି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ବ୍ୟାଚରେ ନାମଲେଖା ଅନୁମତି ମିଳିଥିବାବେଳେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ ଦ୍ୱିତୀୟ ବ୍ୟାଚ ପାଇଁ ନାମ ଲେଖାଇବାକୁ ଏମସିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବ୍ୟାଚରେ ନାମ ଲେଖାଇ ପାଠ ପଢୁଥିବାବେଳେ ଏମସିଆଇ ପକ୍ଷରୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ଦିଗର ଅନୁଧ୍ୟାନ ପରେ ପରବର୍ତ୍ତୀ ବ୍ୟାଚରେ ନାମ ଲେଖାଇବାକୁ ଆଜି ଅନୁମତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe