ଆନ୍ଧ୍ର ଆମ୍ବ ଉପରେ ଓଡ଼ିଶାର ଭରସା

Advertisment

କମିଲା ଆମଦାନି, ବଢ଼ିଲା ଦର, ୨ଶହ ବଦଳରେ ଆସୁଛି ମାତ୍ର ୮୦ ଟନ୍‌

କମିଲା ଆମଦାନି, ବଢ଼ିଲା ଦର, ୨ଶହ ବଦଳରେ ଆସୁଛି ମାତ୍ର ୮୦ ଟନ୍‌

ଆମ୍ବ ଉତ୍ପାଦନ ୨୦% କମିବ: ଜଳବାୟୁ ପରିବର୍ତ୍ତନର ପ୍ରଭାବ

ବ୍ରହ୍ମପୁର : ବ୍ରହ୍ମପୁର ଅନ୍ଧପସରା ରୋଡ଼ରେ ଖୋଲିଛି ଓଡ଼ିଶାର ସର୍ବବୃହତ ନୀଳକଣ୍ଠେଶ୍ବର ଆମ୍ବ ମାର୍କେଟ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ମାର୍କେଟରୁ ଆମ୍ବ ରପ୍ତାନି ହୋଇଥାଏ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରରୁ ଏଠାକୁ ଆମ୍ବ ଆସିଥାଏ। ଗଞ୍ଜାମ ଜିଲ୍ଲାରେ ଉତ୍ପାଦନ ହେଉଥିବା ଆମ୍ବ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ। ଏଣୁ ଆନ୍ଧ୍ର ଆମ୍ବ ଉପରେ ଓଡ଼ିଶାକୁ ଭରସା କରିବାକୁ ପଡ଼ିଥାଏ। ଚଳିତବର୍ଷ ଆମଦାନି କମିଥିବାରୁ ବ୍ୟବସାୟୀ ଚିନ୍ତାରେ ରହିଛନ୍ତି।

୧୯୯୫ ମସିହାରେ ଏହି ମାର୍କେଟ ଗଢ଼ି ଉଠିଥିଲା। ପ୍ରଥମକରି ମାର୍କେଟ ପରିସରରେ ୮୪ଟି ଦୋକାନ ଗଢ଼ି ଉଠିଥିଲା। ପ୍ରଥମେ କମ୍‌ ସ˚ଖ୍ୟକ ବ୍ୟବସାୟୀ ଆମ୍ବ ବ୍ୟବସାୟ କରୁଥିଲେ। ପରେ ସମସ୍ତ ଦୋକାନରେ ଆମ୍ବ ବ୍ୟବସାୟ ଆରମ୍ଭ ହୋଇଥିଲା।

publive-image IndiaMART

ଏହି ଆମ୍ବ ମାର୍କେଟରେ ଗଞ୍ଜାମ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ କିସମର ଆମ୍ବ ମିଳିଥାଏ। ଏହି ମାର୍କେଟରୁ ଓଡ଼ିଶା ସମେତ ଝାଡ଼ଖଣ୍ତ, ପଶ୍ଚିମବଙ୍ଗକୁ ଆମ୍ବ ରପ୍ତାନି ହୋଇଥାଏ। ଏଥିପାଇଁ ଏପ୍ରିଲ୍‌ ଠାରୁ ଜୁଲାଇ ମାସ ଯାଏ ବଜାର ଚଳଚଞ୍ଚଳ ହୋଇ ଉଠିଥାଏ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରରୁ ଶହଶହ ଟନ୍‌ ଆମ୍ବ ଆମଦାନି ହୋଇଥାଏ। ଏହାପରେ ବିଭିନ୍ନ ରାଜ୍ୟକୁ ରପ୍ତାନି କରାଯାଇଥାଏ। ଏଠାରେ ଆମ୍ବର ଦର କମ୍‌ ରହୁଥିବାରୁ ବଜାରରେ ବାହାର ରାଜ୍ୟର ବ୍ୟବସାୟୀଙ୍କ ସମାଗମ ମଧୢ ଦେଖିବାକୁ ମିଳିଥାଏ।
କିନ୍ତୁ ଚଳିତ ବର୍ଷ ଆମ୍ବର ଆମଦାନି ବହୁ ମାତ୍ରାରେ ହ୍ରାସ ପାଇଛି। ଏହି ବଜାରକୁ ଶ୍ରୀକାକୁଲମ୍‌, ରାଉଲକୁଲମ୍‌, ବିଜୟାନଗରମ୍‌, ଏଲୁରୁ, ବିଜୟଵାଡ଼ା ଆଦି ଅଞ୍ଚଳରୁ ବାଇଗଣପଲ୍ଲୀ, ତୋଟାପୁରୀ, ପାନକୁଲୁ, ସୁବର୍ଣ୍ଣରେଖା ଭଳି ବିଭିନ୍ନ କିସମର ଆମ୍ବ ଆମଦାନି ହୋଇଥାଏ। କିନ୍ତୁ ଚଳିତବର୍ଷ ଜାନୁଆରି ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ବଉଳ ଝଡ଼ି ପଡ଼ିଥିଲା। ସେହିପରି ଠିକ୍‌ ସମୟରେ ବର୍ଷା ନହେବାରୁ ଆମ୍ବ କଷି ପୋଡ଼ି ଯାଇଥିଲା। ଫଳରେ ଆନ୍ଧ୍ରରେ ଆମ୍ବ ଚାଷରେ ବହୁ କ୍ଷତି ହୋଇଥିଲା। ଏଣୁ ଆମଦାନି କମିଥିବା ବ୍ୟବସାୟୀମାନେ କହିଛନ୍ତି।

ବର୍ତ୍ତମାନ ରାଜମହେନ୍ଦ୍ରୀ ଓ ଆଖାପାଖ ଅଞ୍ଚଳରୁ ବ୍ରହ୍ମପୁରକୁ ଆମ୍ବ ଆସୁଥିବା ନୀଳକଣ୍ଠେଶ୍ବର ଆମ୍ବ ମାର୍କେଟ ଆସୋସିଏସନ୍‌ର ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ଼ ସୂଚନା ଦେଇଛନ୍ତି। ଆମଦାନି କମିଥିବାରୁ ଦର ମଧ୍ୟ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ଖୁଚୁରା ବଜାରରେ ମିଠା ଆମ୍ବ ୪୦/୫୦ଟଙ୍କାରେ ମିଳି ଯାଉଥିବା ବେଳେ ଚଳିତ ବର୍ଷ ଭଲ ଆମ୍ବ କିଲୋ ୯୦/୧୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୂର୍ବରୁ ବଜାରକୁ ‌ଦୈନିକ ପ୍ରାୟ ୨ଶହ ଟନ୍‌ ଆମ୍ବ ଆସୁଥିଲା। କିନ୍ତୁ ଚଳିତ ବର୍ଷ ଦୈନିକ ୮୦/୯୦ଟନ୍‌ ଆମ୍ବ ଆସୁଥିବା ବ୍ୟବସାୟୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe