ଓଡ଼ିଶାର ଖେଳରତ୍ନ ଏବେ ବି ଭୂମିହୀନ, ପ୍ରମୋଦଙ୍କୁ ଚାକିରି କଥା ଭୁଲିଗଲେ ସରକାର!

Advertisment

ଘର କିମ୍ବା ଜମିପାଇଁ ପ୍ରସ୍ତାବ ଦିଆଯାଇନି

ଘର କିମ୍ବା ଜମିପାଇଁ ପ୍ରସ୍ତାବ ଦିଆଯାଇନି

ବ୍ରାଜିଲ ପାରାବ୍ୟାଡ୍‌ମିଣ୍ଟନ: ପଦକ ପକ୍କା କଲେ ପ୍ରମୋଦ

Indian Daily Post

ସମ୍ବଲପୁର : ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିଥିବା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ କଥା ସରକାର ଭୁଲିଗଲେ କି? ଅନ୍ତର୍ଜତୀୟ ସ୍ତରରେ ଏହିଭଳି ଏକ କୃତିତ୍ବ ପାଇଁ ସରକାର ତାଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କୁ ନିଯୁକ୍ତି ମିଳି ନଥିବାବେଳେ ଘର କିମ୍ବା ଜମି ପାଇଁ ପ୍ରସ୍ତାବ ଦିଆଯାଇନଥିବ‌ା ଜଣାପଡ଼ିଛି। ଏହି ସଫଳ କ୍ରୀଡ଼ାବିତ୍‌ ବା ତାଙ୍କ ପରିବାର କୌଣସି ସଦସ୍ୟ ନାମରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଇଞ୍ଚେ ଜମି ମଧ୍ୟ ନାହିଁ। ପ୍ରମୋଦ ଆଜି ବି ସଂପୂର୍ଣ୍ଣ ଭୂମିହୀନ।

ଓଡ଼ିଶା ପାଇଁ ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ସ୍ବପ୍ନ ଭଳି ହୋଇଥିଲାବେଳେ ଆକାଶରୁ ତୋଳି ଆଣି ସ୍ବର୍ଣ୍ଣ ଉପହାର ଦେଇଥିଲେ ସେ। ରାତାରାତି ଓଡ଼ିଶାର ଗେହ୍ଲା ପୁଅ ପାଲଟି ଯାଇଥିବା ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ଉପରେ ପ୍ରଶଂସା ଓ ସମ୍ମାନ ଅଜାଡ଼ି ହୋଇ ପଡ଼ିଥିଲା। ଟୋକିଓ ପାରାଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ଫେରିବାପରେ ମୁଖ୍ୟମନ୍ତ୍ରୀ ଘୋଷଣା ମୁତାବକ ୬ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ବର, ସମ୍ବଲପୁର, ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ସରକାରୀଭାବେ ପ୍ରମୋଦଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରମୋଦ ରାଜ୍ୟର ପ୍ରଥମ ଓ ଏକମାତ୍ର କ୍ରୀଡ଼ାବିତ୍ ଭାବେ ‘ମେଜର ଧ୍ୟାନ୍‌ଚାନ୍ଦ ଖେଳରତ୍ନ’ ପୁରସ୍କାର ଜିତି ଓଡ଼ିଶାର ସମ୍ମାନ ବଢ଼ାଇଥିଲେ। ପଦ୍ମଶ୍ରୀ ସମ୍ମାନ ବି ତାଙ୍କ ନାଁରେ ଯୋଡ଼ିହୋଇଥିଲା। ପୂର୍ବରୁ ସେ ଅର୍ଜୁନ ପୁରସ୍କାର ଜିତି ସାରିଥିଲେ। ବିଶ୍ବ ଚାମ୍ପିଅନ୍‌ ମୁକୁଟ, ଅଲିମ୍ପିକ୍ ସ୍ବର୍ଣ୍ଣ, ଅର୍ଜୁନ, ପଦ୍ମଶ୍ରୀ, ‌ଖେଳରତ୍ନ ପୁରସ୍କାର ଆଦି ପାଇ ପ୍ରମୋଦ ଏଭଳି ବିରଳ କୃତିତ୍ବ ହାସଲ କଲେ ଯାହା ଓଡ଼ିଶା ପାଇଁ ଜାତୀୟ ‌କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟିକଲା। ଏତେ ସବୁ ସଫଳତା, ପୁରସ୍କାର ସତ୍ତ୍ବେ ଏକ ସାଧାରଣ ଗରିବ ପରିବାରରୁ ଆସିଥିବା ପ୍ରମୋଦ କେବେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାନ୍ତି। ସେ ଦେଶ ବିଦେଶରେ ଉତ୍ତମ ପ୍ରଦର୍ଶନ ଓ ଅଭ୍ୟାସ ଜାରି ରଖି ନିଜ ଶ୍ରେଣୀରେ ବିଶ୍ବ ନମ୍ବର ୧ ମାନ୍ୟତା ବଜାୟ ରଖି ପାରିଛନ୍ତି।

publive-image Outlook India

ତେବେ, ‌ପ୍ରମୋଦଙ୍କ ଭଳି ବିରଳ ଓ ଅପହଞ୍ଚ ସମ୍ମାନ ହାସଲ କରି ପାରିଥିବା କ୍ରୀଡ଼ାବିତ୍‌ଙ୍କ କଥା ବି ଯେ ସରକାର ପାସୋରି ଦେବେ ତାହା ହୁଏତ ରାଜ୍ୟବାସୀଙ୍କ କଳ୍ପନା ବାହାରେ। ଏହା ହିଁ ହେଉଛି ବାସ୍ତବତା। ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଲା ପରେ ପ୍ରମୋଦଙ୍କୁ ରାଜ୍ୟ ସରକାର ପ୍ରଥମ ଶ୍ରେଣୀ ପ୍ରଶାସନିକ ଚାକିରି ଦେବେ‌ ବୋଲି ବିଧିବଦ୍ଧ ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ ନୀତି ଅନୁଯାୟୀ ମଧ୍ୟ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ରାଜ୍ୟ ସରକାର ପୁଲିସ୍‌ କିମ୍ବା ପ୍ରଶାସନିକ ସେବାରେ ଚାକିରି ଦେବାର ନିୟମ ରହିଛି। ପଦକ ଜିତିବାର ୩ ମାସ ମଧ୍ୟରେ ଏହି ନିଯୁକ୍ତି ପ୍ରକ୍ରିୟା ଶେଷହେବା କଥା। କିନ୍ତୁ ପ୍ରମୋଦ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ଟୋକିଓରେ ପାରାଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିଲାବେଳେ ଏହାକୁ ୧୦ ମାସ ପୂରିବାକୁ ବସିଲାଣି। ହେଲେ ପ୍ରମୋଦଙ୍କୁ ଏଯାଏଁ ନିଯୁକ୍ତି ମିଳିପାରି ନାହିଁ। କେବଳ ପ୍ରମୋଦ ନୁହନ୍ତି, ରାଜ୍ୟର ଅନ୍ୟ ପାରାଆଥ୍‌ଲେଟ୍‌ ମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଚାକିରି ଦେବାର ନଜିର ନାହିଁ।

ରାଜ୍ୟର ସଫଳ କ୍ରୀଡ଼ାବିତ୍ ମାନଙ୍କୁ ସରକାର ଘର ବା ଘରଡିହ ଦେବାର ନିୟମ ରହିଛି। ପୂର୍ବରୁ ଅପେକ୍ଷାକୃତ କମ୍ ସଫଳତା ପାଇଥିବା ଅନେକ ଖେଳାଳି ଭୁବନେଶ୍ବରରେ ସରକାରୀ ଘର ବା ଜମି ପାଇଛନ୍ତି। ହେଲେ ଓଡ଼ିଶା ଇତିହାସର ଏହି ସଫଳତମ ଖେଳାଳି ପ୍ରମୋଦ ଭଗତଙ୍କୁ ସରକାରଙ୍କ ପକ୍ଷରୁ ଘର ବା ଜମି ଖଣ୍ଡିଏ ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତାବ ଦିଆଯାଇ ନଥିବା ଜଣାପଡ଼ିଛି। ସବୁଠୁ ବିଡ଼ମ୍ବନାର ବିଷୟ ‌ଏହା ଯେ ଏହି ବିଶିଷ୍ଟ କ୍ରୀଡ଼ାବିତ୍‌ ବା ତାଙ୍କ ପରିବାର କୌଣସି ସଦସ୍ୟ ନାମରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଇଞ୍ଚେ ଜମି ମଧ୍ୟ ନାହିଁ। ପ୍ରମୋଦ ଆଜି ବି ସଂପୂର୍ଣ୍ଣ ଭୂମିହୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe