‘କଲାଇ ଦୋ ସ୍କୋପ’ ଉତ୍ସବରେ ଓଡ଼ିଶାର ମ୍ୟୁଜିକ ଗଛ

Advertisment
‘କଲାଇ ଦୋ ସ୍କୋପ’ ଉତ୍ସବରେ ଓଡ଼ିଶାର ମ୍ୟୁଜିକ ଗଛ

ପଦ୍ମପୁର: ନୂଆଦିଲ୍ଳୀସ୍ଥିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପରିସରରେ ଭାରତ ସରକାରଙ୍କ ଦ୍ବାରା ‘କଲାଇ ଦୋ ସ୍କୋପ’ ଉତ୍ସବ ପାଳନ କରାଯାଉଛି। ଉତ୍ସବର ଏକ ବିଶେଷତ୍ବ ରହିଛି ଦେଶର ପୁରାତନ ବିଭବ ଗୁଡ଼ିକକୁ ପ୍ରଦର୍ଶନ କରି ଲୋକଲୋଚନକୁ ଆଣିବା। ଏହି ଉତ୍ସବରେ ପଦ୍ମପୁର ଉପଖଣ୍ତ ବୁରୋମୁଣ୍ତା ଗ୍ରାମର ରବିରତନ ସାହୁ ଓଡ଼ିଶାରୁ ପ୍ରତିନିଧିତ୍ବ କରି ରାଜ୍ୟର ୧୦୦ଟି ପୁରାତନ ପାରମ୍ପରିକ ବାଦ୍ୟର ସ୍ବାକ୍ଷର ବହନ କରି ଏକ ମ୍ୟୁଜିକ ଟ୍ରି ଉପସ୍ଥାପିତ କରିଛନ୍ତି।

ଏହାକୁ ଦେଶ ବିଦେଶରୁ ଦର୍ଶକମାନେ ବହୁତ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି। ଶ୍ରୀ ସାହୁ ଅଦ୍ୟାବଧି ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦୦ ବିଲୁପ୍ତ ଲୋକବାଦ୍ୟ ସଂଗ୍ରହ କରି ଦେଶର ବିଭିନ୍ନ ଉତ୍ସବରେ ପ୍ରଦର୍ଶିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe