ପୁରୀ/ଭୁବନେଶ୍ୱର: ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍’ ମାନ୍ୟତା ମିଳିଛି। ଡେନମାର୍କସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ‘ଏଫ୍ଇଇ (ଫାଉଣ୍ଡେସନ୍ ଫର ଏନଭରମେଣ୍ଟ ଏଜୁକେସନ)’ ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିବେଶ ନିୟମକୁ ଗୁରୁତ୍ୱ ଦିଆଯାଇ ଏଠାରେ ବିକାଶ ମୂଳକ କାମ କରାଯାଇଥିବାରୁ ବିଶ୍ୱସ୍ତରୀୟ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଏହି ସମ୍ମାନଜନକ ଟ୍ୟାଗ୍ ମିଳିଛି।
ଦିଗବାରେଣୀ ଖୁଣ୍ଟି ଠାରୁ ମେ ଫାୟାର ହୋଟେଲ ବେଳାଭୂମି ଯାଏଁ ୮୬୦ ମିଟର ବ୍ୟାପ୍ତ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଛି।
/sambad/media/post_attachments/wp-content/uploads/2020/10/1b9ad0de-dd06-4ce8-a16f-e35730753229-1024x1024.jpg)
ଏହି ଅବସରରେ ପୁରୀ ଜିଲ୍ଲାପାଳ ବଳଓ୍ଵନ୍ତ ସିଂହ ‘ମୋ ବିଚ୍ ଅଭିଯାନ’ରେ ସାମିଲ ହୋଇଥିବା ଜିଲ୍ଲା ପ୍ରଶାସନର କର୍ମଚାରୀ ଓ ଯେଉଁମାନେ ଏଥିରେ ନିୟୋଜିତ ଥିଲେ ତଥା ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବେଳାମାର୍ଗକୁ ‘ବ୍ଲୁ ଫ୍ଲାଗ ବିଚ୍’ ପାଇଁ ପ୍ରସ୍ତୁତ କରାଯାଇଛି। ଏଥି ପାଇଁ ଏଠାରେ ସମସ୍ତ ସୁବିଧା ଖଂଜି ଦିଆଯାଇଛି। ଏଥି ପାଇଁ ସରକାର ୮.୫ କୋଟି ଖର୍ଚ୍ଚ କରିଛନ୍ତି। ବେଳାଭୂମିରେ ସୌର ଶକ୍ତିର ଉପଯୋଗ, ଜୈବ ଆବର୍ଜନା ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯାଇଛି। ବ୍ଲ ଫ୍ଲାଗ ପାଇଁ ଆବଶ୍ୟକ ଥିବା ୩୩ଟି ଆବଶ୍ୟକତା ପୂରଣ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ସ୍ନାନ ପାଇଁ ପାଣିର ଗୁଣବତ୍ତାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପୁରୀ ବେଳାଭୂମିରେ ପାର୍କିଂ, ପାନୀୟ ଜଳ, ଫାଷ୍ଟଏଡ୍, ଲାଇଫ୍ ଗାର୍ଡ ୱାଚ ଟାୱାର, ଚେଜିଂ ରୁମ, ପିଲା ଖେଳ ପାଇଁ ବ୍ୟବସ୍ଥା, ବ୍ୟାୟମ ଉପକରଣ, ବସିବା ପାଇଁ ଚେୟାର ବ୍ୟବସ୍ଥା, ଛତ୍ରୀ, ଶୌଚାଳୟ ଓ ବାଥିଂ ଜୋନ ଆଦି ବ୍ୟବସ୍ଥା କରାଯାଇଛି।
/sambad/media/post_attachments/wp-content/uploads/2020/10/763d7e54-1233-4fb2-8100-2e3c22203845-1-822x1024.jpg)
Follow Us